ହାତୀ ଆକ୍ରମଣରେ ମହିଳା ମୃତ, ତିନି ଗୁରୁତର
ଆଜି ସକାଳ 4ଟା ସମୟରେ ଖୋର୍ଦ୍ଧା ଜିଲ୍ଲାର ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର 50 ବର୍ଷୀୟ ମଞ୍ଜୁଲତା ବେହେରା ।
ଖୋର୍ଦ୍ଧା : ଆଜି ସକାଳ 4ଟା ସମୟରେ ଖୋର୍ଦ୍ଧା ଜିଲ୍ଲାର ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର 50 ବର୍ଷୀୟ ମଞ୍ଜୁଲତା ବେହେରା । ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଥିବା ନେଇ ଗ୍ରାମବାସୀଙ୍କ ପକ୍ଷ ବନ ବିଭାଗକୁ ସୂଚନା ଦିଆଯାଇଛି ।

ଗୁରୁତରଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହା ସହିତ ହାତୀମାନଙ୍କୁ ଖୋର୍ଦ୍ଧା ଚନ୍ଦକା ଜଙ୍ଗଲକୁ ଘଉଡ଼ାଇବା ପାଇଁ ପ୍ରୟାସ କରାଯାଉଛି ବୋଲି ଫରେଷ୍ଟର ସିଧୁ ସିଂହ ସୂଚନା ଦେଇଛନ୍ତି ।












Click it and Unblock the Notifications