ପାଟିରେ ସାପ ବିଷ ଶୋଷିଲେ ମହିଳା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର: କାଳ ହେଲା ଅନ୍ଧ ବିଶ୍ୱାସ । ପାଟିରେ ସାପ ବିଷ ଶୋଷିଲେ ମହିଳା । ଏହା ପରେ ଗୁରୁତର ହୋଇପଡ଼ିଛନ୍ତି ମହିଳା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସୋସୋ ଥାନା ଅନ୍ତର୍ଗତ ଝଞ୍ଝଣା ଗାଁ ରେ ।
ଝଡ଼ାଫୁଙ୍କା କରି ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସାପ ବିଷ ଶୋଷିଥିଲେ ମହିଳା । ଏହା ପରେ ଗୁରୁତର ହୋଇପଡ଼ିଛନ୍ତି ମହିଳା । ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଝୁନୁରାଣି ବିଲରୁ ଫେରିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ସେହି ଗାଁର ମିନତୀ ଦେହୁରୀ ନାମକ ଜଣେ ମହିଳାଙ୍କ ପାଖକୁ ନେଇଥିଲେ । ଝୁନୁରାଣିଙ୍କୁ ସୁସ୍ଥ କରିବା ପାଇଁ ମିନତୀ ଝଡ଼ାଫୁଙ୍କା କରିଥିଲେ । ଏହାସହ ନିଜ ପାଟିରେ ଝୁନୁରାଣିଙ୍କ ଶରୀରରୁ ବିଷ ଟାଣିଥିଲେ ।
ମିନତୀଙ୍କ ଝଡ଼ା ଫୁଙ୍କାରେ ଝୁନୁରାଣି ଭଲ ହୋଇ ନଥିଲେ । ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ କିଛି ସମୟ ପରେ ମିନତୀ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications