ତିନି ଛୁଆଙ୍କୁ ଫିଙ୍ଗି କୂଆକୁ ଡେଇଁ ପଡ଼ିଲା ମା'
ବ୍ରହ୍ମପୁର: ଗଞ୍ଜାମ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହରୁ ହୋଇଛି କରୁଣ ପରିସ୍ଥିତି । ନିଜ ତିନି ଛୁଆଙ୍କୁ କୂଆକୁ ଫିଙ୍ଗି ଡେଇଁପଡ଼ିଲା ମା । ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇଛିନ୍ତି ମହିଳା । ଏହାପରେ ମହିଳା ଜଣକ ନିଜେ କୂଅକୁ ଡେଇଁ ପଡିଥିଲେ ।

ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ବଡ଼ ଝିଅ ଓ ମହିଳାଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗତକାଲି ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।
ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।












Click it and Unblock the Notifications