ଖୁଦୁରୁକୁଣୀର ପରିପ୍ରେକ୍ଷୀରେ ଆଜିର ସମାଜ

ସମ୍ପର୍କ ମଧୁରତା ଓ ବିଶାଳତା ଯେଉଁଠି ପରଖି ହୁଏ ସେ ହେଉଛି ଭାଇ ଭଉଣୀର ସମ୍ପର୍କ । ଏହି ସମ୍ପର୍କକୁ ଅତୁଟ ରଖିବାର ଓ ସୁଦୃଢ କରିବାର ପର୍ବଟିଏ ଖୁଦୁରୁକୁଣୀ । ସମାଜକୁ ନାରୀର ଅବଦାନ ଓ ଶ୍ରେ ତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ । ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ । ଉତ୍କଳର ସମୃଦ୍ଧ ସଂସ୍କୃତିର ପରିଚୟ ପ୍ରଦାନ କରେ ଏହି ପର୍ବ ।

ଓଡିଶାର କୁମାରୀ ମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା, ମଙ୍ଗଳାଙ୍କୁ ଆରାଧାନା କରନ୍ତି । ଭଉଣୀ ମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡିଆ ଘରର ବୋହୁ ମାନେ ଏହି ବ୍ରତକୁ ପାଳନ କରନ୍ତି । ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ । ମା ମଙ୍ଗଳାଙ୍କ ମୂତ୍ରି ଭାଲୁକୁଣି ସ୍ଥାପନ କରି ସଜ୍ଜିତ କରାଯାଇଥାଏ । ବିହୁଡି ଜାଳି ଝୁଣା ମାରି ଆନନ୍ଦର ସହ ନିଜର ଭାଇର ସୁରକ୍ଷା ପାଇଁ କୁମାରୀ ମାନେ ପୂଜା କରନ୍ତି ।

ଆଜିର ସମାଜକୁ ଏହାର ମୂଳତତ୍ୱକୁ ବୁଝିବାର ସମୟ ଆସିଛି । ଆମ ରାଇଜ କିପରି ଧନ ସମ୍ପଦରେ ପରିପୂର୍ଣ୍ଣ ଥିଲା ତାର କିପରି ବିକାଶ ହେବ ତା ଭାବିବାର ସମୟ ଆସିଛି । ଉତ୍କଳ କିପରି ବିକଶିତ ହେବ ତା ଭାବିବାର ସମୟ ଆସିଛି । ପରିବାର କିପରି ଏକତ୍ରିତ ହୋଇ ସମୂହ ଏକ ଛାତ ତଳେ ରହିବେ ତା ଭାବିବାରା ସମୟ । ଆଧୁନିକତାର ଶିଖରରେ ଆମେ ଆସି ପହଚିଂଛେ ସତ, କିନ୍ତୁ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛେ । ଆମ େଐତିହ୍ୟ, କଳା , ସ୍ଥାପତ୍ୟ କୁ ବିକଶିତ କରି ଅଭିବୃଦ୍ଧି କରିବାର ସମୟ ଆସିଛି । ଏକବିଂଶ ଶତାଦ୍ଧୀର ଭାରତ ଆସ୍ତେ ଆସ୍ତେ ଅଗ୍ରଗତି କରୁଛି ତେବେ ଆମ ପରମ୍ପରା ଓ ସଂସ୍କୃତି କୁ ମଧ୍ୟ ବିଶ୍ୱ ଦରବାରରେ ଉପସ୍ଥାପିତ କରିବାର ସମୟ ଆସିଛି ।

ଏହି ଖୁଦୁରୁକୁଣୀ ଓଷା ତଅପୋଇ ନାମି ଅଲିଅଳି ସାଧବ କନ୍ୟାର ହୃଦୟସ୍ପର୍ଶି କାହାଣୀ । ଗୋପୀନାଥ ଦାସଙ୍କ ରଚିତ ଜନପ୍ରିୟ ଲୋକକଥା ହେଉଛି ଏହି ଓଷା । ଅଷ୍ଟାଦଶ ଶତାଦ୍ଧୀର ଏହି ଲୋକପ୍ରିୟ ଓଷାକୁ ଗୋପୀନାଥ ଦାଶ ଜୀବନ୍ତର ରୂପ ଦେଈ ରଚନା କରିଛନ୍ତି । ଓଡିଶାର ସାଧବ ପୁଅ ମାନେ ଆଗରୁ ସୂଦୁର ଦେଶ ବିଦେଶ ଜାଭା , ସୁମାତ୍ରା ଆଦି ଯାଇ ବଣିଜ କରୁଥିଲେ ଓ ଆମ ପ୍ରଦେଶକୁ ନେଇ ଆସୁଥିଲେ ଅମାପ , ଧନ ସମ୍ପତି ।

ସେହିପରି ଏକ ସାଧବ ପରିବାରର ସାତ ଭାଇ ଯାଉଥିଲେ ବିଦେଶେ ବଣିଜ କରିବା ପାଇଁ, ଘରେ ରହୁଥିଲା ସାତ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇ । ଭାଇ ମାନେ ବିଦେଶ ଗଲାପରେ ସାନ ଭାଉଜକୁ ଛାଡି ଆଉ ସମସ୍ତଙ୍କ ଅତ୍ୟାଚାର ଓ ନିର୍ଯ୍ୟାତନା ସହୁଥିଲା ସାଧବ ଦୁଲଣୀ । ସାତ ଭଉଣୀଙ୍କ ଅଲିଅଳିକୁ ସ୍ୱର୍ଣ୍ଣ ମହଲ ଛାଡି ଛେଳି ଜଗିବାକୁ ପଡୁଥିଲା ।

KHUDURUKUNI

ପ୍ରକୃତିର ଏହି ବିଭିଷିକାରେ ହଠାତ୍ ବଡ ଭାଉଜଙ୍କ ଛେଳି ଘରମଣୀ ଅରଣ୍ୟ ମଧ୍ୟରେ ନିରୁଦ୍ଧିଷ୍ଟି ହୋଇଗଲା । ଘରମଣୀକୁ ଖୋଜୁଥିବା ସମୟରେ ପାଖ ଗ୍ରାମର ସେ ହୁଳୁହୁଳୁ , ଶଙ୍ଖନାଦ ଶୁଣିବାକୁ ପାଇଲା, ସେ ଯାଇ ଦେଖେତ କୁମାରୀ ମାନେ ଖୁଦୁରୁକୁଣୀ ଓଷା କରୁଛନ୍ତ । ସେମାନଙ୍କ ଠାରୁ ଏହି ପର୍ବର ମହାନତା ଜାଣିବା ପରେ ସେ ମାନସିକ କଲା ଓ ଘରମଣିକୁ ଫେର ପାଇବା ସହ ତା ସାତ ଭାଇ ସୁରୁଖୁରରେ ଫେରିଲେ । ସେବେଠାରୁ ସେ ନିଜ ଭାଇଙ୍କ ପାଇଁ ଶୁଭ ମନାସି ଏହି ଓଷା କଲା । ସେବେଠାରୁ ଉତ୍କଳ ପୁରପଲ୍ଲୀରେ ଖୁଦୁରୁକୁଣୀ ଓଷା ହେଇ ଅସୁଛି । ମା ମଙ୍ଗଳା ମଧ୍ୟ ତଅପୋଇର ଭକ୍ତିରେ ବିଭୋର ହୋଇ ତା,କୁ ଦର୍ଶନ ଦେବା କଥା ମଧ୍ୟ କେତେକାଥରେ ଲିଖିତ ଅଛି ।

ଆଜିର ସମାଜ ଏହି ଲୋକକଥାରୁ ଅନେକ କଥା ଶିଖିବାର ଅଛି । ଆମ ପ୍ରଦେଶ ଆଗରୁ ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା । ଆମ ସାଧବ ପୁଅ ମାନେ ଜାଭା ସୁମାତ୍ରା ଆଦି ଯାଇ ଅମାପ ଧନ , ସମ୍ପତି ନେଇ ଆସୁଥିଲେ । ଉତ୍କଳ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା । ମାତ୍ର ଏବେ ଆମେ ସମସ୍ତଙ୍କ ଉପରେ ନିର୍ଭର । ଆମ ରାଜ୍ୟରେ କୋଇଲା, ଲୁହାପଥର ଅଭ୍ର ଆଦି ନାନାଦି ଖଣିଜ ସମ୍ପଦ ଅଛି ମାତ୍ର ଏହାକୁ ଆମ ବ୍ୟବହାର ଉପଯୋଗୀ କରିପାରୁ ନାହେଁ, ଆମ ପାଖରେ ସେହିପରି କୁଶଳୀ କାରିଗରର ଘୋର ଅଭାବ । ବିଭିନ୍ନ ବିଦେଶୀ କମ୍ପାନୀ ଆମ ରାଜ୍ୟରୁ ଖଣିଜ ପଦାର୍ଥ ନେଇ ନିଜ ଦେଶକୁ ଶିଖରରେ ଉପସ୍ଥାପିତ କରିଛନ୍ତି , କିନ୍ତୁ ଆମ ପ୍ରଦେଶରେ ଏସବୁ ଥଇ ମଧ୍ୟ ଆମେ ତାହାର ସଦୁପଯୋଗ କରିପାରୁ ନାହେ୍‌ଁ । ଏବେ ସମୟ ଆମ ଉତ୍କଳର ଗାରିମାକୁ ପୂର୍ବ ଭଳି ବଜାୟ ରଖିବା ପାଇଁ । ଆମକୁ ଆତ୍ମନିର୍ଭର ହେବାକୁ ପଡିବ ।

ପ୍ରତିଯୋଗିତାର ଯୁଗରେ ଆମକୁ ଏକତ୍ରିତ ହୋଇ ଆଗେଇବାକୁ ପଡିବ । ସମୃଦ୍ଦି ପାଇଁ ରାସ୍ତା ଖୋଜିବାକୁ ପଡିବ । ଆମ ରାଜ୍ୟରେ ନିଜସ୍ୱ ପୁଜିଂ ବିନିଯୋଗ କରି କିପରି ଆମ ଯୁବକ ଶସକ୍ତ ହେବେ ସେଥିପ।।ଇଁ ଦୃଷ୍ଟି ଦେବା ନିହାତି ଆବଶ୍ୟକ । ସେଥିପାଇଁ ସରକାରି ସ୍ତରରେ ଦୃଢ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ସମୃଦ୍ଦିର ରାସ୍ତା ନିଜେ ଖୋଜିବାକୁ ପଡିବ । ଆମେ ଦେଖୁଛେ ସାରା ବିଶ୍ୱରେ ଏବେ ଆର୍ଥିକ ସଂକଟ ଦେଖାଯାଇଛି, ଅନେକ ବେକାର ମଧ୍ୟ ହେଉଚ୍ଚନ୍ତି, ଆମରାଜ୍ୟର ମଧ୍ୟ ସମାନ ସ୍ଥିତି , ଭବିଷ୍ୟତରେ ଏହାର କିପରି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ।
ଆମ ସାଧବ ପୁଅ ମାନେ କିପରି ଆମ ରାଜ୍ୟକୁ ସୁ୍‌ଦୃଢ କରିଥିଲେ, ତାଙ୍କ ପଥ ଆମକୁ ଅନୁସରଣ କରିବାର ଆବଶ୍ୟକତା ଅଛି ।

ଆମକୁ ଏହି ଓଷା ପରିବାର ସହ ଗୋଟେ ଛାତତେଳ ଏକାଠି ରହିବାର ପ୍ରେରଣା ଦେବା ସହ ଭାରତୀୟ ଜୀବନର ମୂଲ୍ୟବୋଧ ଦର୍ଶାଉଛି । ଆଧୁନିକତାର ଆମେ ଏତେ ଉଚ୍ଚ ଶିଖରରେ ପହଂଚିଛେ ଯେ ଆମ ପରିବାରୁ ଆମେ ସମୟ ଦେଇ ପାରୁନେ । ଆମର ଯେ ଜନ୍ମଦାତା ଆମେ ତାକୁ ପଚାରି ପାରୁ ନାହ୍ନେ । ସାତ ସାତ ଭାଇ ଗୋଟେ ଛାତ ତେଳ ରହୁଥିଲେ , କିନ୍ତୁ ଆଜି ଭାଇ ଭାଇକୁ ହତ୍ୟା କରିବାକୁ ପଛାଉ ନାହିଁ । ସଭ୍ୟ ସମାଜରେ ଅସଭ୍ୟତା ଜୀବନ୍ତ ହୋଇ ଠିଆ ହୋଇଛି । ସମ୍ପର୍କ ବିପଦଗାମୀ ହେବାକୁ ଲାଗିଛି । ଭାଇ ଭଉଣୀ ମଧ୍ୟରେ ଫାଟ ସୃଷ୍ଟି ହେଉଛି ।

ଧନ , ସମ୍ପତିର ଲାଳସା ସମ୍ପର୍କରେ ସେତୁ ବନ୍ଧ ସୃଷ୍ଟି କରୁଛି । ତେବେ ଆମକୁ ଏହି ସମ୍ପର୍କକୁ ସୁଦୃଢ କରିବାକୁ ପଡିବ । କାରଣ ସମ୍ପର୍କ ସୃଦୁଢ ରହିଲେ ଆମକୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଆଗକାଳରେ ଯେପରି ପରିବାର ଏକାଠି ହୋଇ ସମସ୍ତ କାର୍ଯ୍ୟ ସୁରୁଖୁରରେ କରୁଥିଲା , ତାହା କରିବାର ବେଳ ଆସିଛି, ନଚେତ ଜୀବନ ସଂଗ୍ରାମରେ ଆମେ ହାରିଯିବା । ବେଳହୁଁ ସାବାଧାନ ହେବାର ସମୟ ଆସିଛି ।

ଏହି ଖୁଦୁରୁକୁଣୀ ଓଷା ଆମକୁ ସମାଜକୁ ନାରୀର ଅବଦାନ ବିଷୟରେ ଆଲୋକପାତ କରୁଛି । ନାରୀର ମହତ୍ୱକୁ ପ୍ରତିପାଦନ କରୁଛି । ତଅପୋଇକୁ ତା ପରିବାର ଲୋକେ ଅର୍ଥାତ, ତା ଭାଉଜ ମାନେ ନିଜେ ନାରୀ ହୋଇ ମଧ୍ୟ ତାକୁ ନିର୍ଯାତିତ କରୁଥିଲେ, ମାତ୍ର ସେ ନିଜର ଦୃଢ ମନୋଭାବ ଦ୍ୱାରା ମା ମଙ୍ଗଳାକୁ ସ୍ମରଣ କରି ଦୁଃଖ ଦୁର୍ଦ୍ଦିଶା ସହି ଶେସରେ ଜୀବନ ସଂଗ୍ରାମରେ ବିଜୟୀ ହୋଇଥିଲା । ଆଜିର ସମାଜରେ ନାରୀକୁ ତଅପୋଇର ଜୀବନଗାଥାରୁ ଅନେକ କିଛି ଶିଖିବାର ଅଛି । ଜୀବନର ପ୍ରତି ମୁହୁର୍ତରେ କିପରି ନିଜକୁ କିପରି ସୁଦୃଢ କରିହେବ ତା ମଧ୍ୟ ଶିଖିବାର ଅଛି । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ସ୍ଥିତିକୁ ବଜାୟ ରଖିବାର ଅଛି ।

ଏହି ଓଷାରୁ ଆମକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବା ବିଷୟରେ ଶିଖିବାର ଅଛି । ନିଜ ଭାଇଙ୍କ ପାଇଁ ସେ ମାଙ୍କ ପାଖରେ ମାନସିକ ରଖିଥିଲା ଓ ଭାଇ ମାନଙ୍କ ଆସିବା ବାଟକୁ ସେ ଚାହିଁ ବସିଥିଲା । ସେହିପରି ତା ଭାଇ ମାନେ ସର୍ବଦା ତାକୁ ଭଲ ପାଉଥିଲେ, ଆସିବା ମାନେ ତାକୁ ଖୋଜୁଥିଲେ । ଏହି ଭଲ ପାଇବା ଆଜି ମଧ୍ୟ ଜୀବିତ ଅଛି, ମାତ୍ର ସେହି ସମ୍ପର୍କ ଏତେ ସୁଦୃଢ ହେଉ ନାହିଁ । ଧନ, ସମ୍ପତି ଲୋଭରେ ଭାଇ ଭଉଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଇଛି । ସମ୍ପର୍କ ଟଙ୍କା, ପଇସାର ନିକିତିରେ କିଣା , ବିକା ହେଉଛି । ସମାଜରେ ଅଭିବୃଦ୍ଧି କରିବାକୁ ହେଲେ ସମସ୍ତଙ୍କୁ ଏକାଠି ରହିବାକୁ ପଡିବ ଓ ସମ୍ପର୍କକୁ ସୁଦୃଢ କରିବାକୁ ପଡିବ ।

ଆମ ପରମ୍ପରା, ସ୍ଥାପତ୍ୟର ଏହା ସ୍ମାରକି ସଦୃଶ । ପଲ୍ଲୀ ଜୀବନର ଅନ୍ତର୍ନିହିତ ଆତ୍ମା ହେଉଛି ଏହି ପର୍ବପର୍ବାଣୀ । ସମାଜିକ, ନୈତିକତା ଓ ଅଧ୍ୟ୍ୟାତ୍ମିକତାର ପରିଭାଷା ହେଉଛି ଖୁଦୁରୁକୁଣୀ । ଆଜିର ସମାଜକୁ ଏଥିରୁ ଅନେକ କଥା ଶିଖିବାର ଆବଶ୍ୟକତା ଅଛି । ଆମ ସଂସ୍କୃତି ସର୍ବଦା ପ୍ରେରଣାଦାୟୀ । ଆମ ସଂସ୍କୃତିକୁ ଶ୍ରେଷ୍ଟତ୍ୱରେ ପ୍ରତିପାଦନ କରି ସମୃଦ୍ଧିର ରାସ୍ତା ଏବେଠାରୁ ଖୋଜିବାର ଆବଶ୍ୟକତା ଅଛି, ନଚେତ ଆମ ଭବିଷ୍ୟତ ବଂଶଧାରଙ୍କ ପାଖରେ ଆମେ ଅପରାଧୀ ହୋଇ ରହିଯିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+