Get Updates
Get notified of breaking news, exclusive insights, and must-see stories!

କଟକ କୁ ମିଳିଲା ନୂଆ ବସଷ୍ଟାଣ୍ଡ, କଣ ହେବ ବାଦାମବାଡ଼ି....

କଟକ: ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ ବ୍ୟସ୍ତ ବହୁଳ କଟକ ସହରକୁ ମିଳିଲା ନୂଆ ବସଷ୍ଟାଣ୍ଡ । ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଉଦଘାଟନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଏହା ପରେ କେତେ ସ୍ଥାନକୁ ଏହି ନୂଆ ବସଷ୍ଟାଣ୍ଡରୁ ବସ୍ ଗଡ଼ିବା ଆରମ୍ଭ ହେଲାଣି । ମୋ ବସ୍ ଓ କେତେକ ସରକାରୀ ବସ୍ ନେତାଜୀ ଟର୍ମିନାଲରୁ ଯାତ୍ରା ଆରମ୍ଭ କରୁଛନ୍ତି । ସେହିପରି ଆଉ ଦିନେ ଦୁଇ ଦିନ ପରେ ପ୍ରାୟତଃ ସମସ୍ତ ଗାଡ଼ି ଏଠାରୁ ଗଡ଼ିବ ।

badambadi

ଏହା ପରେ ଖାଁ ଖାଁ ହୋଇଯିବ ଲକ୍ଷ ଲକ୍ଷ ଲୋକଙ୍କ ଗନ୍ତବ୍ୟସ୍ଥଳର କେନ୍ଦ୍ରବିନ୍ଦୁ ଥିବା ବାଦାମବାଡ଼ି ବସଷ୍ଚାଣ୍ଡ । ଏପରିକି ଲୋକଙ୍କ ମନରୁ ଲିଭିଯିବ ବାଦାମବାଡ଼ି । ତା ସହିତ କଟକ ବାଦାମବାଡ଼ିର ପରିଚୟ ମଧ୍ୟ ବଦଳିଯିବ । କାହିଁକି ନା ବାଦାମବାଡ଼ି କହିଲେ, ତାହା ବସଷ୍ଟାଣ୍ଡ ବୋଲି ବୁଝାପଡୁଥିଲା ।
ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକ ଲୋକପ୍ରିୟ ଗୀତଟି ସାରା ଓଡ଼ିଶାରେ ଚହଳ ପକାଇଥିଲା । ଖୋଖା ଭାଇଙ୍କ ଏହି ଗୀତ ହିଁ କଟକ ବାଦାମବାଡ଼ି ବସଷ୍ଟାଣ୍ଡକୁ ଦେଇଥିଲା ଏକ ଭିନ୍ନ ପରିଚୟ ଦେଇଥିଲା । କିନ୍ତୁ ଆଉ ଦିନ କେଇଟାରେ ସେ ପରିଚୟ ବଦଳି ଯିବ । ବାଦାମବାଡ଼ି ବଦଳରେ ଯାତ୍ରୀ ମାନେ ଯିବେ ନେତାଜୀ ବସ ଟର୍ମିନାଲକୁ ।

ତେବେ ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏତେ ବଡ଼ ବାଦାମବାଡ଼ି ବସଷ୍ଟାଣ୍ଡ କଣ ହେବ ? ଶୁଣିବାକୁ ମିଳିବନି 'ଚାଲିଲା ଗାଡି ବାଦାମବାଡ଼ି...' ? ବାଦାମବାଡ଼ିରେ ଥିବା ସମସ୍ତ ବସଷ୍ଟାଣ୍ଡକୁ ବନ୍ଦ କରି ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ।

ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ଅନୁଗୁଳ ବସଷ୍ଟାଣ୍ଡ ଓ ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡକୁ ବନ୍ଦ କରିଦିଆଯିବ । ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି । ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି । ଆସନ୍ତା 17 ରୁ 24 ତାରିଖ ପର୍ଯ୍ୟନ୍ତ ନଚେତ୍ ସ୍ଥିତି ସ୍ୱାଭାବିକ ହେବା ଯାଏଁ ଏନଫୋର୍ସମେଣ୍ଟ ଜାରି ରହିବ ।

କେଉଁ ରୁଟ୍ ରେ ଯିବ କେଉଁ ବସ୍ ?

କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର, ନିଆଳି, ନୟାଗଡ଼, ଫୁଲବାଣୀ, ଗଜପତି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ୱକୁ ଯାଇ 16 ନମ୍ବର ଜାତୀୟ ରାଜପଥ ଦେଇ ଅତିକ୍ରମ କରିବେ । ସେହିପରି ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ । ଅନ୍ୟପଟେ ବାଙ୍କୀ, ନରସିଂହପୁର, ଆଠଗଡ଼ ଆଦି ଅଞ୍ଚଳକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରେ ଜୁଡିସିଆଲ ଏକାଡେମୀ ଦେଇ ନେତାଜୀ ସେତୁ ତ୍ରିଶୁଳିଆରେ ବାହାରିବେ ବୋଲି ସୂଚନା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+