ଚାରି ଦିନ ଯାଏଁ କାଳବୈଶାଖୀ ସମ୍ଭାବନା, 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବାରେ ଲାଗିଛି ତାତି । ଦିନ ବେଳା ପ୍ରଚଣ୍ଡ ଖରା ପରେ ଉପରବେଳା ଆସୁଛି କାଳବୈଶାଖୀ । ଏମିତି ଆହୁରି 4 ଦିନ ରହିବ ପାଗ । ଏପରିକି କେତେକ ସ୍ଥାନରେ ବର୍ଷା ପବନ ସହ କୁଆ ପଥର ମାଡ଼ ହେଉଛି ।
ତେବେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ । ଏ ନେଇ 21 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷକରି, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲାରେ ପବନ ବହିବା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ।
ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ । ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି । ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ମଧ୍ୟରେ ରହିବ ।












Click it and Unblock the Notifications