ଆଜିଠୁ ବଢିବ ବର୍ଷା, ପବନ; ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷା ପବନ । ଫଳରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବା ସହ ପବନ ବୋହିବାର ସମ୍ଭାବନା ରହିଛି । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଏକ ଟ୍ରପ୍ ଲାଇନ୍ ସମୁଦ୍ର ପତ୍ତନ ଠାରୁ 0.9 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଯାହାର ପ୍ରଭାବରେ ଆଜିଠୁ ପୁଣି ବର୍ଷାର ପରିମାଣ ବଢିବ ।

9 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ବିଜୁଳି ଘଡଘଡି ବର୍ଷା ସହ ଘଣ୍ଟାପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି । ଆସନ୍ତା କାଲି ଘଡଘଡି ବିଜୁଳି ସମେତ ବର୍ଷାପବନ ପାଇଁ 10 ଜିଲ୍ଲା ଏବଂ ପବନ ସମେତ ବଜ୍ରପାତ ପାଇଁ 13 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଅଧିକାଂଶ ଜିଲ୍ଲାରେ ମଧ୍ୟାହ୍ନରେ ତାତି ରହିବା ସହ ଅପରାହ୍ନରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।












Click it and Unblock the Notifications