ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର, କମିବ ବର୍ଷାର ପରିମାଣ
ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ଓ୍ୱେଲମାର୍କ ଲୋ ପ୍ରେସର ହୋଇରହିଛି ।

ଭୁବନେଶ୍ୱର : ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ଓ୍ୱେଲମାର୍କ ଲୋ ପ୍ରେସର ହୋଇରହିଛି । ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ ନାହିଁ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ 12 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥପାଇଁ 8 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications