କାଲି ଠୁ ବଢିବ ବର୍ଷା, 12 ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା

ପଶ୍ଚିମାଝଡର ପ୍ରଭାବ କାଲିଠୁ ଅଧିକ ଅନୁଭୂତ ହେବ । ଏହାର ପ୍ରଭାବରେ ଉତ୍ତର ଉପକୂଳରେ ହେବ ଘଡ଼ଘଡ଼ି ସହ ବର୍ଷା ।

weather

ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା କୋହଲାପାଗ । ପଶ୍ଚିମାଝଡର ପ୍ରଭାବ କାଲିଠୁ ଅଧିକ ଅନୁଭୂତ ହେବ । ଏହାର ପ୍ରଭାବରେ ଉତ୍ତର ଉପକୂଳରେ ହେବ ଘଡ଼ଘଡ଼ି ସହ ବର୍ଷା ।

କାଲି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା କୋରାପୁଟ, ମାଲକାଗିରି, ନବରଙ୍ଗପୁର ସହ 12 ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହି ସମୟରେ 40-50 କିମି ବେଗରେ ପବନ ବହିବ । ପବନ ବେଳେ କ୍ଷୟକ୍ଷତି ନେଇ ଆଶଙ୍କା ଥିବା କହିଛି ପାଣିପାଗ କେନ୍ଦ୍ର । ଆସନ୍ତା 19 ତାରିଖ ଯାଏଁ ଏଭଳି ପାଗ ଲାଗିରହିବ । 18 ତାରିଖରେ ସର୍ବାଧିକ ପ୍ରଭାବ ରହିବ ।

ଏହା ବ୍ୟତୀତ ଉପକୂଳ ଓଡ଼ିଶାର 6 ଜିଲ୍ଲା ସାଙ୍ଗକୁ ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ହିମାଳୟ ପାଦଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି ନିମ୍ନଚାପ ରେଖା । ଆଗକୁ ଏହା ଓଡ଼ିଶାର ଆହୁରି ନିକଟତର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+