ସାମାନ୍ୟ ଆଶ୍ୱସ୍ତି ଦେବ କାଳବୈଶାଖୀ : 8 ଜିଲ୍ଲାକୁ ଘୂର୍ଣ୍ଣିଝଡ଼, 5 ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆହୁରି 5 ଦିନ ଧରି ଲାଗି ରହିବ । ଉପକୂଳ ଓଡ଼ିଶାରେ ତିନି ଦିନ ଏବଂ ପଶ୍ଚିମ ଓଡ଼ିଶାରେ 5 ଦିନ ଧରି ଲାଗି ରହିବ ଗ୍ରୀଷ୍ଣ ପ୍ରବାହ । ତେବେ ଦିନରେ ପ୍ରବଳ ଗରମ ହେଲେ ମଧ୍ୟ ଅପରାହ୍ନ ପରେ ଅସହ୍ୟ ଗୁଳୁଗୁଳିରୁ ତ୍ରାହି ଦେବ ବର୍ଷା ପବନ ।

ଆସନ୍ତା 24 ଘଣ୍ଟା ମଧ୍ୟରେ ତଥା ଶନିବାର ଅପରାହ୍ନ ମଧ୍ୟରେ 8 ଜିଲ୍ଲାରେ ଘୂର୍ଣ୍ଣି ଝଡ଼ ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି ଓ କୋରାପୁଟ ପ୍ରଭୃତି ଜିଲ୍ଲାର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି 40-50 କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଏହା ବାଦ୍ ଉପକୂଳ ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଆସନ୍ତା କାଲି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁର ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ କମଳା ଚେତାବନୀ ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications