Weather update: ପୁଣି ଜଳିବ ଓଡ଼ିଶା, 40 ପାର୍ ହୋଇପାରେ ତାପମାତ୍ରା
Weather update: ରାଜ୍ୟରେ ପୁଣି ବଢିବ ତାପମାତ୍ରା । ଗ୍ରୀଷ୍ମ ପ୍ରବାହ ସହ କଲବଲ କରିବ ଟାଣ ଖରା । ଏମିତିକି ପାରଦ 40 ଡିଗ୍ରୀ ଟପିପାରେ । ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ତାପମାତ୍ରା 40 ଡିଗ୍ରୀ ବା ତାଠୁ ଅଧିକ ରହିପାରେ । ଏଥିପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ବାଦ୍ ଦିନ ସହ ରାତିରେ ବି ବଢିବ ତାପମାତ୍ରା । 3 ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶାର 9 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 4 ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ନେଇ ଆଲର୍ଟ ଜାରି କରାଯାଇଛି । ଦିନବେଳା ତାପମାତ୍ରା 40 ଡିଗ୍ରୀ ପାର୍ ହେବା ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ 5 ରୁ 6 ଡିଗ୍ରୀ ଉପରେ ରହିବ ।
ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି ଅଧିକାଂଶ ସହରରେ ହାଲୁକା ବର୍ଷା ହୋଇଥିଲା । 6 ଏବଂ 7 ତାରିଖ ବେଳକୁ ପୁଣି ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications