ପାଣିପାଗ ଅପଡେଟ୍: ଆଜି ଠୁ କମିବ ତାପମାତ୍ରା, ପୁଣି ଫେରିବ ଶୀତ

ଭୁବନେଶ୍ୱର: ପୁଣି ଫେରିବ ଶୀତ । କମିବ ରାତିର ତାପମାତ୍ରା, ବଢିବ ଶୀତ । ଶୁକ୍ରବାର ରାତିରୁ ଶୀତର ପ୍ରକୋପ ବଢିବ । ରାଜ୍ୟର ବିଭନ୍ନ ସ୍ଥାନରେ ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇବ ।

winter

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା 24 ଘଣ୍ଟା ପରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ 2-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପରିମାଣ ମଧ୍ୟ ବଢୁଥିବା ପରିଲକ୍ଷିତ ହେଉଛି । ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଶୁକ୍ରବାର ପରେ କୁହୁଡ଼ିର ପ୍ରକୋପ କମିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+