କମିବ ରାତିର ତାପମାତ୍ରା, ପୁଣି ବଢିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କହର କମିଛି । କିନ୍ତୁ ସକାଳୁ ସକାଳୁ କୁହୁଡ଼ି ଆବରଣ ଦେଖିବାକୁ ମିଳୁଛି । ଆଗାମୀ କିଛି ଦିନରେ ପୁଣି ରାଜ୍ୟରେ ତାପମାତ୍ରା କମିବ । 2-3 ଡିଗ୍ରୀ କମିବ ରାତିର ତାପମାତ୍ରା । ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ତିନି ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ବାୟୁ ଚଳାଚଳ ରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ 2-3 ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି ।
ସେହିପରି ଥଣ୍ଡା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥିଯୋଗୁଁ ବିଶେଷକରି ଗାଡି ଚଳାଚଳରେ ଅନେକ ବାଧା ଉପୁଜୁଛି । ଭିଜିବିଲିଟି କମ୍ ହେତୁ ଅନେକ ସମୟରେ ସଡକ ଦୁର୍ଘଟଣା ର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ତେବେ ଆହୁରି କିଛି ଦିନ ଏପରି ଘନ କୁହୁଡି ଦେଖାଯିବା ନେଇ ଆଶଙ୍କା କରିଛି ବିଭାଗ ।












Click it and Unblock the Notifications