କମିବ ରାତି ତାପମାତ୍ରା, ଆହୁରି 4 ଦିନ ଯାଏଁ ରହିବ ଶୀତ ଲହରୀ
Weather Update: ରାଜ୍ୟରେ ତାପମାତ୍ରା କମିବା ସହ ପୁଣି ବଢିଛି ଶୀତ । ଗତ କିଛି ଦିନ ହେବ ଅନେକ ଅଞ୍ଚଳରେ ରାତିର ତାପମାତ୍ରା କମିଛି । ସକାଳୁ ସକାଳୁ ଘନ କୁହୁଡ଼ି ମଧ୍ୟ ସମସ୍ୟା ସୃଷ୍ଟି କରୁଛି । ଏହା ପରେ ଆଗକୁ ଆହୁରି କମିବ ରାତି ତାପମାତ୍ରା । ସୋମବାର ଠୁ ତାପମାତ୍ର କମିବାକୁ ଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା 2-3 ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଏହା ସହ ମଙ୍ଗଳବାର ଯାଏ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ଗତ ଦୁଇ ଦିନ ରାଜ୍ୟର ରାତି ତାପମାତ୍ରା ସାମାନ୍ୟ କମିଥିଲା । ରବିବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସୋମବାର ବି କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ହେଲେ ରାତି ତାପମାତ୍ରା ପୁଣି ବଢ଼ିଲାଣି । ଆଗକୁ ଆହୁରି ବଢ଼ିବ ।
ଆସନ୍ତା 16 ତାରିଖ ଯାଏଁ ରାତି ତାପମାତ୍ରା ସାମାନ୍ୟ କମିବ । ଏହା ପରେ ତାପମାତ୍ରା ବଢ଼ିଯିବ । ଶୀତ ବି କମିବ । ସୋମବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ହାଲୁକା ବର୍ଷା ସମ୍ଭାବନା ଅଛି ।












Click it and Unblock the Notifications