ଖସୁଛି ପାରଦ, ବଢୁଛି ଶୀତ; 15 ଡିଗ୍ରୀ ତଳେ 5 ସହର
Weather news: ରାଜ୍ୟରେ ଖସୁଛି ପାରଦ । ଧିରେ ଧିରେ ବଢିଲାଣି ଶୀତ । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି ।
ଏଥି ମଧ୍ୟରେ ରାଜ୍ୟର 5 ଟି ସହରରେ ରାତି ତାପମାତ୍ରା 15 ଡିଗ୍ରୀ ତଳକୁ ଖସି ଆସିଛି । ଶୁକ୍ରବାର ରାତିରେ 5 ଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି ।

ଜି. ଉଦୟଗିରି ସବୁଠାରୁ ଥଣ୍ଜା ସହର ପାଲିଟିଛି । ସେଠାରେ ତାପମାତ୍ରା 13 ଡ଼ିଗ୍ରୀକୁ ଖସିଛି । ସେହିପରି କୋରାପୁଟରେ 13.8 ଡିଗ୍ରୀ, କିରେଇରେ 14 ଡିଗ୍ରୀ, ଦାରିଙ୍ଗବାଡ଼ିରେ 14.5 ଡିଗ୍ରୀ, ଫୁଲବାଣୀରେ 15 ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ଏହା ସହ ସୋନପୁର, ଝାରସୁଗୁଡ଼ା, ହୀରକୁଦ, ଅନୁଗୁଳ, ନବରଙ୍ଗପୁର ଓ ଭବାନୀପାଟଣାରେ ତାପମାତ୍ରା 17-17.7 ଡିଗ୍ରୀ ମଧ୍ୟରେ ରହିଛି । ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
ସେହିପରି ନଭେମ୍ବର 1 ଓ 2 ତାରିଖରେ ରାଜ୍ୟରେ ବର୍ଷା ରହିବ । ବଙ୍ଗୋପସାଗରର ପୂର୍ବ ଭାଗରୁ ପବନ ବହିବ । ଫଳରେ ଜଳୀୟବାଷ୍ପ ରହିବ । ଏହା ହାଲୁକା ବର୍ଷା କରାଇବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।












Click it and Unblock the Notifications