ରାତିରେ ଖସୁଚି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଧିରେ ଧିରେ ବଢିଲାଣି ଶୀତ । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି । ଗତକାଲି 15 ଡିଗ୍ରୀ ତଳେ 5 ସହରର ତାପମାତ୍ରା ରହିଥିବା ବେଳେ ଆଜି ପୁଣି ଖସିଛି ପାରଦ ।

weather

କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଜି ଉଦୟଗିରି ରବିବାର ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି ଦେଖିବାକୁ ମିଳୁଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ 19.7 ଡିଗ୍ରୀ ସେଲସିୟସକୁ ଖସିଛି । ଚଳିତ ଅକ୍ଟୋବରରେ ପ୍ରଥମ ଥର ପାଇଁ ରାଜଧାନୀର ତାପମାତ୍ରା 20 ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିବାବେଳେ କଟକ ସର୍ବନିମ୍ନ ତାପମାତ୍ରା 20.2 ଡିଗ୍ରୀ ସେଲସିୟସ ରହିଛି । କୋରାପୁଟ ସର୍ବନିମ୍ନ ତାପମାତ୍ରା 13.8 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଏପରପକ୍ଷରେ ବଙ୍ଗୋପସାଗର ରୁ ପୂର୍ବାଳୀ -ତରଙ୍ଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ 1 ରୁ 3 ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୁରୀର କିଛି ଅଞ୍ଚଳରେ, ଗଜପତି, ଗଞ୍ଜାମ, ମାଲକାନିଗିରି, କୋରାପୁଟ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ାରେ ଆସନ୍ତା ନଭେମ୍ବର 1 ତାରିଖରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+