ଥରୁଛି ଶିମିଳିପାଳ, ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀ

ପାଣିପାଗ ଅପଡେଟ୍: ସାରା ରାଜ୍ୟରେ ଖସୁଛି ପାରଦ । ଲାଗି ରହିଛି ଶୀତ ଲହରୀ । ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳୁଛି । ବହୁ ସ୍ଥାନରେ ରାତିର ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଆସିଛି । 10 ଡିଗ୍ରୀ ତଳେ ତିନି ସହର ତାପମାତ୍ରା ରେକର୍ଡ ହୋଇଛି ।

winter

ଶୀତରେ ଥରୁଛି ମୟୂରଭଞ୍ଜ । ଶିମିଳିପାଳ ଉପରବାରାକାମୁଡ଼ାରେ ତାପମାତ୍ରା ସର୍ବନିମ୍ନ 3 ଡିଗ୍ରୀ ରେକର୍ଡ ହୋଇଛି । ଚହଲlରେ 4 ଡିଗ୍ରୀ ରେକର୍ଡ ହୋଇଛି । ଗୁରୁଗୁଡ଼ିଆରେ 8 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଯଶିପୁରରେ 12 ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ସୁନ୍ଦରଗଡ ଜିଲ୍ଲାର କିରେଇରେ 9.5 ଡିଗ୍ରୀ, କେନ୍ଦୁଝରଗଡ଼ରେ ଗତକାଲି ରାତିର ତାପମାତ୍ରା 9.8 ଡିଗ୍ରୀ ରହିଥିଲା । ତେବେ ଦାରିଙ୍ଗବାଡ଼ିରେ 10.5 , ରାଉରକେଲାରେ 10.9, ନବରଙ୍ଗପୁର ଓ କୋରାପୁଟରେ 11.4 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ସହରର ତାପମାତ୍ରା 15.7 ଡିଗ୍ରୀକୁ ଖସି ଆସିଛି, ଯାହାକି ସ୍ୱାଭାବିକ 15.9 ଡିଗ୍ରୀ ତୁଳନାରେ ସାମାନ୍ୟ କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହା ପରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+