ଶୀତରେ ହେବ ବର୍ଷା, ଦୁଇ ଦିନ ଯାଏଁ ଭିଜିବ ଓଡ଼ିଶା... ଖସିବ ତାପମାତ୍ରା

ପାଣିପାଗ ଖବର: ରାଜ୍ୟରେ ପୁଣି ଫେରିବ ବର୍ଷା । ଭିଜିବ ସାରା ଓଡ଼ିଶା । ରାଜ୍ୟରେ ସାମାନ୍ୟ ଶୀତ ବଢିଥିବା ବେଳେ ବର୍ଷା ସମ୍ଭାବନା ରହିଛି । ଆଜି ଠାରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ କାଲି ଠୁ ବର୍ଷାର ପରିମାଣ ବଢିବ ।

Rain

ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କାଲି ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । କାଲି 25 ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ 5 ଟି ଜିଲ୍ଲାରେ ହାଲୁକା ବର୍ଷା ହେବ ।

ସେହିଭଳି 16 ତାରିଖରେ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ବର୍ଷା ସହ ଘନ କୁହୁଡି ମଧ୍ୟ ରହିବ । ଆଜି ଘନ କୁହୁଡି ନେଇ 12 ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି 10ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ସତର୍କ କରାଯାଇଛି । ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ରହିବ ଘନ କୁହୁଡି ।
ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ନୟାଗଡରେ ଭିଜିବିଲିଟି 50-200 ମିଟର ମଧ୍ୟରେ ରହିବ । ତେଣୁ ସତର୍କତାର ସହ ଗାଡି ଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟରେ ରାତି ତାପମାତ୍ରା ମଧ୍ୟ 7-12 ଡିଗ୍ରୀକୁ ଖସିଛି । ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା 4 ଦିନରେ ତାପମାତ୍ରା ବୃଦ୍ଧି ପାଇପାରେ । ଏହି ସମୟ ମଧ୍ୟରେ କେବଳ ପ୍ରବଳ ବର୍ଷା ନୁହେଁ ବରଂ ପାହାଡିଆ ଅଞ୍ଚଳରେ ବରଫ ବର୍ଷା ସହ ଅନେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ପାଶ୍ଚାତ୍ୟ ବିଶୃଙ୍ଖଳା ସକ୍ରିୟ ରହିବା ପରେ ପୁଣି ଥରେ ତାପମାତ୍ରାରେ ହ୍ରାସ ହେବ ।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, କିଛି ସ୍ଥାନରେ ପ୍ରବଳ ବର୍ଷା ,ପାହାଡିଆ ଅଞ୍ଚଳରେ ବରଫ ବର୍ଷା ସହ ଅନେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏହାସହ 3-4 ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+