Weather Update: ଆସନ୍ତା 11 ରୁ ବଢିବ ତାତି, ମାର୍ଚ୍ଚ ରୁ ମେ ପର୍ଯ୍ୟନ୍ତ ଭୀଷଣ ଗରମ
Weather Update: ଗତ କିଛି ଦିନର ଭୀଷଣ ତାତି ପରେ ଏବେ ରାଜ୍ୟରେ ସାମାନ୍ୟ ବଦଳିଛି ପାଗ । ରାଜ୍ୟର କେତକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଏହା ପରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି । ଆସନ୍ତା କାଲି ଠାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି 8 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ଆଗାମୀ 3-4 ଦିନ ପର୍ଯ୍ୟନ୍ତ ରହିବ ପାଗ ।

ଏହା ପରେ 11 ତାରିଖରୁ ପୁଣି ଫେରିବ ତାତି । 11 ଓ 12 ତାରିଖ ବେଳକୁ କେତେକ ସ୍ଥାନରେ ତାପମାତ୍ରା 38-39 ଡିଗ୍ରୀ ଛୁଇଁପାରେ ।
ଗତ 24 ଘଣ୍ଟାରେ ରାଜଧାମୀ ସମେତ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇଛି । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଥିବାବେଳେ ଦକ୍ଷିଣ ଛତିଶଗଡ଼ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷା ସମ୍ଭାବନା ଅଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହା ପରେ 7 ତାରିଖରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ସେହିପରି 8 ତାରିଖରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ଏହା ପରେ 9 ରୁ ପାଗ ଶୁଖିଲା ରହିବ ।
ଅପରପକ୍ଷରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରତଣ୍ଡ ତାତି ଅନୁଭୂତ ହୋଇଛି । ମଙ୍ଗଳବାର ଦିନ ପାରଳାଖେମୁଣ୍ଡିରେ ତାପମାତ୍ରା 38.2 ଛୁଇଁଥିଲା । ସେହିପରି ବୌଦ୍ଧ ରେ 36.4, ନୟାଗଡ଼ରେ 36.6, ମାଲକାନଗିରି 36.6 ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା 35.2 ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ 35.5, ବଲାଙ୍ଗୀର 35.3, ଢେଙ୍କାନାଳ 35.2 ଡିଗ୍ରୀ ଥିଲା ।
ଏହା ସହ ମାର୍ଚ୍ଚ ମାସ ରୁ ମେ ପର୍ଯ୍ୟନ୍ତ ତିନି ମାସ ଅତ୍ୟନ୍ତ ଗରମ ଅନୁଭୂତ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା' ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ ।












Click it and Unblock the Notifications