ମାଘ ମାସ ତାତିରୁ ମିଳିବ ତ୍ରାହି, 4-5 ଦିନ ହେବ ବର୍ଷା
Weather Update: ମାଘ ମାସ ନ ସରୁଣୁ ଖରାର ପ୍ରକୋପ ଆରମ୍ଭ ହେଲାଣି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପାମତ୍ରା 35 ଡିଗ୍ରୀ ପାର୍ ହେଲାଣି । ଫେବୃଆରୀ ମାସରେ ଅସମ୍ଭାଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।

ତେବେ ଏହି ତାତିରୁ ମିଳିପାରେ ଆଶ୍ୱସ୍ତି । ଆଜି ଠାରୁ ବର୍ଷା ହୋଇପାରେ । ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ । 23 ଓ 24 ତାରିଖରେ ଉପକୂଳ ଓଡ଼ିଶା ସମେତ ପାଶ୍ୱବର୍ତ୍ତୀ ଜିଲ୍ଲା ଏବଂ 25 ଓ 26 ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଗତକାଲି ରାଜଧାନୀରେ ଦିନର ତାପମାତ୍ରା 36.4 ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ରାଜ୍ୟର ଅନ୍ୟ 15 ସହରରେ ପାରଦ 35 ଟପିଛି । ବଢୁଥିବା ତାପମାତ୍ରାକୁ ଦେଖି ଏସଆରସି ପକ୍ଷରୁ ସତର୍କ କରାଯାଇଛି । ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ସକାଳ ସମୟରେ ଅଙ୍ଗନବାଡି ଖୋଲିବାକୁ ବ୍ୟବସ୍ଥା ହୋଇଛି । ଗ୍ରୀଷ୍ମ ପ୍ରବାହକୁ ରୋକିବା ଓ ଏହାର ମୁକାବିଲା ପାଇଁ ଜନ ସଚେତନତା ସୃଷ୍ଟି କରିବା, ଜଳ ଯୋଗାଣ ସୁନିଶ୍ଚିତ କରିବା, ଦିନକାଳୀନ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ଆଦି ବିଭିନ୍ନ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲା ପ୍ରଶାସନକୁ କହିଛନ୍ତି ।












Click it and Unblock the Notifications