କମିବ ତାପମାତ୍ରା, 5 ଦିନ ଯାଏଁ ଏହି ସବୁ ଜିଲ୍ଲାରେ ହେବ ବର୍ଷା
Weather Update: ତାତି ରୁ ମିଳିବ ତ୍ରାହି । ଆଜି ଠାରୁ ହେବ ବର୍ଷା । 5 ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୋମବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲୁକା ବର୍ଷା ସମ୍ଭାବନା ଅଛି । ଏହା ପରେ 7 ଓ 8 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ତେବେ 7 ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସେହିପରି 8 ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍ସିଂହପୁରରେ ବର୍ଷା ସମ୍ଭାବନା ଅଛି । ରବିବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇଛି ।
ଅପରପକ୍ଷରେ ରାଜ୍ୟରେ ଗତ କିଛି ଦିନ ହେବ ପାରଦ ଉପରମୁହାଁ ହୋଇଛି । ରାଜ୍ୟର 6ଟି ସହରର ତାପମାତ୍ରା 36 ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡିର ତାତି ସର୍ବାଧିକ 37 ଡିଗ୍ରୀ ରହିଛି । ସେହପରି ମାଲକାନଗିରିରେ 36.9, ବଲାଙ୍ଗୀରରେ 36.8, ଟିଟିଲାଗଡ଼ର 36.5, ଅନୁଗୁଳ ଓ ସୋନପୁରରେ 36.1 ଓ ବୌଦ୍ଧରେ 36 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏହା ସହ 8 ଦିନ ପରେ ରାଜଧାନୀରେ ପୁଣି 36 ଡିଗ୍ରୀ ପାର୍ ହୋଇଛି ପାରଦ । ରବିବାର ଦିନ ଭୁବନେଶ୍ୱରର ତାପମାତ୍ରା 36.8 ଡିଗ୍ରୀ ରେକର୍ଡ ହୋଇଛି । 11 ସହରର ତାପମାତ୍ରା 35 ଡିଗ୍ରୀ ଉପରେ ରହିଛି ।












Click it and Unblock the Notifications