ଭିଜିବ ଦଶହରା ! ଆସିପାରେ ଏକ ଲଘୁଚାପ

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା ! ଦଶହରା ସମୟରେ ଲଘୁଚାପ ଆସିପାରେ । ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିପାରେ । ଏହା ପ୍ରଭାବରେ ଅକ୍ଟୋବର 23 ରୁ 26 ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

durga puja

ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର 24 ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏପରିକି ଏହା ଗୋପାଳପୁର ଏବଂ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ ।

ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+