ଆହୁରି ବର୍ଷିବ 24 ଘଣ୍ଟା, 11 ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ, ମତ୍ସଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର: ସକ୍ରିୟ ମୌସୁମୀ ଏବଂ ଲଗୁଚାପ ପ୍ରଭଆଭରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଏପରିକି ସ୍ୱାଭାବିକ ବର୍ଷା ଠାରୁ ଅଧିକ ପ୍ରତିଶତର ହେଲାଣି ବର୍ଷା । ହେଲେ ଏ ବର୍ଷାର ପରିମାଣ ଏବେ କମିବନି । ଆହୁରି 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏପରିକି ଆଗାମୀ 24 ଘମ୍ଟା ପାଇଁ 11 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡା ବଲାଙ୍ଗୀର , ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ମତ୍ସ୍ୟଜୀବୀଙ୍କୁ ଆଗାମୀ 24 ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାଣ କରାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ 24 ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି ।
ଏପରିକି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା, ସହରାଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ । କଚ୍ଚା ରାସ୍ତା ପ୍ରଭାବିତ ହେବ ସହ ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି । ତଳୁଆ ଚାଷଜମି ଗୁଡିକରେ ପାଣିଜମିବାର ସମ୍ଭାବନା ଥିବାରୁ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ପାଣିପାଗ ବିଭାଗ ସୂଚନା ଦିଆଯାଇଛି ।
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ 24 ଘଣ୍ଟା ରେ ରାଜ୍ୟରେ 31.7 ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା 8.6 ମିମି ତୁଳନାରେ 269 % ଅଧିକ ରହିଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ବର୍ଷା 101.1 ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା 7.3 ମିମି ତୁଳନାରେ 1285 % ଅଧିକ ରହିଛି ।












Click it and Unblock the Notifications