ଆସନ୍ତା 3 ଦିନ ହାଲୁକା ବର୍ଷଆ, 11 ପରେ ଜଳିବ ଓଡ଼ିଶା

Weather Update: ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ମଧ୍ୟରେ ଗତ କିଛଇ ଦିନ ହେବ ହାଲୁକ ବର୍ଷା ହେଉଛି । ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେଉଥିବା ସହ ଅନ୍ୟ କେତେକ ଅଞ୍ଚଳରେ ଘଡ଼ଘଢ଼ି ସହ ବର୍ଷା ହୋଇଛି ।

Rain

ଏପରିକି ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ଜାରି ରହିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିବ । ବିଶେଷ କରି ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଗତକାଲି ରାଜଧାନୀ ଭୁବନେଶ୍ୱରରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଏହାସହ କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ମଧ୍ୟମ ଧରଣର ବର୍ଷା ହେବ । ଏହା ପରେ 9 ଓ 10 ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି ।

ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିଛି । 11 ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଗତକାଲି ରାଜ୍ୟର 11 ଟି ସହରର ତାପମାତ୍ରା 36 ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଥିଲା । 38 ଡିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଥିଲା ।
ଏହା ସହ ମାର୍ଚ୍ଚ ମାସ ରୁ ମେ ପର୍ଯ୍ୟନ୍ତ ତିନି ମାସ ଅତ୍ୟନ୍ତ ଗରମ ଅନୁଭୂତ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା' ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+