Get Updates
Get notified of breaking news, exclusive insights, and must-see stories!

Weather update Odisha: ତତଲା କଡ଼େଇରେ ରାଜଧାନୀ, ସାଢେ 11 ସୁଦ୍ଧା 39 ପାର୍

Weather update Odisha: ସିଝୁଛି ରାଜଧାନୀ । ପ୍ରଚଣ୍ଡ ଖରା ସହ ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଏବଂ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ତାତିର ପ୍ରକୋପ । ଏମିତିକି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି ।

heat wave - bhubaneswar

ଏଥି ମଧ୍ୟରେ ଦିନ ସାଢେ 11 ସୁଦ୍ଧା ରାଜଧାନୀ ପାଲଟିଛି ଉତ୍ତପ୍ତ ସହର । ଭୁବନେଶ୍ୱରରେ ତାପମାତ୍ରା 39.8 ଡିଗ୍ରୀ ଛୁଇଁଛି । ସେହିପରି କେନ୍ଦୁଝରରେ 39.2 ଡିଗ୍ରୀ, ବାଲେଶ୍ୱରରେ 38, ଝାରସୁଗୁଡାରେ 38, ରାଉରକେଲାରେ 37.8, ଚାନ୍ଦବାଲିରେ 37.4, ସମ୍ବଲପୁରରେ 37.4, ହୀରାକୁଦରେ 36.6 ଡିଗ୍ରୀ ପରେ ରହିଛି ପାରଦ । ଏହା ବାଦ୍ ପୁରୀରେ 32.4 ଡିଗ୍ରୀ, ପାରାଦୀପରେ 32 ଓ ଗୋପାଳପୁରରେ 31.8 ଡିଗ୍ରୀ ଛୁଇଁଛି ପାରଦ ।

ଆଗାମୀ 2 ଦିନ ଆହୁରି ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ପରେ 7 ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ । 7 ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ।

ଏପ୍ରିଲ 7 ଓ 8 ତାରିଖ ବର୍ଷାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବ । ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି । 7 ତାରିଖ ପରେ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଏପଟେ ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଛି । ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରହିବ ଅଂଶୁଘାତ ପାଇଁ 6ଟି ସ୍ୱତନ୍ତ୍ର ବେଡ୍ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 2ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରେ ଗୋଟିଏ ବେଡ୍ ରହିବ । ଏହାସହ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+