ଶୀତରେ ଥରୁଛି ସାରା ଓଡ଼ିଶା, କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ହାଡ଼ ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ଅଦିନିଆ ବର୍ଷା ପରେ ଆକାଶରୁ ବାଦଲ ହଟିବା ପରେ ରାଜ୍ୟରେ ବଢିଛି ଶୀତ । ରାତିର ତାପମାତ୍ରା କମିବାରେ ଲାଗିଛି । ଏଥି ମଧ୍ୟରେ ଗତକାଲି 15 ଡିଗ୍ରୀ ତଳେ ରହିଛି 24 ସହରର ତାପମାତ୍ରା ।

weather

ରାଜ୍ୟରେ କେନ୍ଦୁଝର ସବୁଠାରୁ ଥଣ୍ଡା ସହର ପାଲଟିଛି । 9.6 ଡିଗ୍ରୀ ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର ହୋଇଛଇ । ସେହିପରି ଫୁଲବାଣୀ 10, ଦାରିଙ୍ଗବାଡି 10, କୋରାପୁଟ 10.8, କଟକ 14.8 ଓ ଭୁବନେଶ୍ୱର ତାପମାତ୍ରା 15 ଡିଗ୍ରୀକୁ ଖସିଛି ।

ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ ରାସ୍ତା କଡ ଗୁଡିକରେ ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି । ସକାଳୁ ସକାଳୁ ଚା' ଦୋକାନରେ ଭିଡ ଜମୁଛି । ଗରମ ଚା' ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି । ଏହା ପରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+