Weather Update: ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ଠୁ ବର୍ଷିବ

Weather Update: ଅବପାତରେ ପରିଣତ ହେଲା ଲଘୁଚାପ । କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷା ଆରମ୍ଭ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସକ୍ରିୟ ଳଘୁଚାପ ପ୍ରଭାବରେ ଧୀରେ ଧୀରେ ବଢିବ ବର୍ଷାର ପରିମାଣ । 16 ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତିକରିବ । କାଲି ଠୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Rain

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଲଘୁଚାପ ଅବପାତରେ ପରିଣତ ହୋଇଛି । 16ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଉତ୍ତର ପଶ୍ଚିମ ଦିଗରେ ଏହା ଗତିପଥ ବଦଳାଇବ ।

ଏହାର ପ୍ରଭାବରେ 15 ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବ । ଏହା ପରେ 16 ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି 17 ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 15 ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ । 16 ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । 17 ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଯେହେତୁ ଘୂର୍ଣ୍ଣିବଳୟଟି ଅବପାତରେ ପରିଣତ ହୋଇସାରିଛି । ତେଣୁ 15 ତାରିଖ ଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ 40-50 କିଲୋମିଟର ବେଗରେ ଝଡ଼ ପବନ ବହିବ । 16 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ପାଖାପାଖି ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି 45-55 କିଲୋମିଟର ହେବ । ପବନର ବେଗ ସର୍ବାଧିକ 65 କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । 17 ଓ 18 ତାରିଖରେ ଓଡ଼ିଶା ଉପକୂଳର ଆଖପାଖ ଅଞ୍ଚଳ ସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟ ପବନର ବେଗ ଘଣ୍ଟା ପ୍ରତି 45-55 କିମି ଓ ସର୍ବାଧିକ 65 କିମି ରହିବ । ତେଣୁ ସମୁଦ୍ର ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ 15 ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+