ପାଣିପାଗ ଅପଡେଟ୍: 10 ଡିଗ୍ରୀ ତଳେ 5 ସହର, 9 ତାରିଖ ଯାଏଁ ଘନ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ କମୁଛି । ତଥାପି କେତେ ସହରରେ ଥଣ୍ଡାର କହର ରହିଛି । ଦିନରେ କୁହୁଡ଼ି ସହ ରାତିରେ କମୁଛି ତାପମାତ୍ରା । 10 ଡିଗ୍ରୀ ତଳେ ରହିଛି 5 ସହରର ତାପମାତ୍ରା । ଗତକାଲି ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା 7.4 ଡିଗ୍ରୀ ରହିଥିଲା ।

ସେହିପରି କୋରାପୁଟରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ଏହା ସହ ଦାରିଙ୍ଗବାଡ଼ିରେ 8.5, ଫୁଲବାଣୀରେ 9.5 ଓ ସିମିଳିଗୁଡ଼ାରେ 9.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

weather

ଏହା ସହ ଆସନ୍ତା 9 ତାରିଖ ଯାଏଁ ଘନ କୁହୁଡ଼ି ଦୃଶ୍ୟମାନ ହେବ । 7 ଓ 8 ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେବ । ସେହିଭଳି 9 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 2-3 ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 12 ତାରିଖ ପରେ ରାଜ୍ୟରେ ଶୀତ ବଢ଼ିବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+