ସାରା ଓ଼ଡ଼ିଶାରେ ମୌସୁମୀ, 5 ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର: ସାରା ଓଡ଼ିଶାରେ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ରହିବା ସହ ବର୍ଷା ଲାଗି ରହିଛି । ଏପରିକି ଆଗାମୀ 5 ଦନ ଯାଏଁ ଏପରି ବର୍ଷା ଲାଗି ରହିବ । ଏ ନେଇ ଆକଳ କରିଛି ପାଣିପାଗ ବିଭାଗ ।
ଏହା ସହିତ ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ଗତ 24 ଘଣ୍ଟା ରେ ରାଜ୍ୟରେ 21.3 ମିମି ବର୍ଷା ରେକର୍ଡ କରାଯାଇଛି । ଯାହା କି ସ୍ୱାଭାବିକ ବର୍ଷା ତୁଳନାରେ 139 ପ୍ରତିଶତ ଅଧିକ । ସେହିଭଳି ରାଜ୍ୟରେ ମାଲକାନଗିରି ସର୍ବାଧିକ 52.5 ମିମି ବର୍ଷା ଜିଲ୍ଲାରେ ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷା ତୁଳନାରେ 591 % ଅଧିକ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ 27 ତାରିଖ ଯାଏଁ ବର୍ଷା ଲାଗି ରହିବ । 25 ଓ 26 ତାରିଖରେ ବର୍ଷାର ପରିମାଣ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ।
ସେହିଭଳି 24 ତାରିଖରେ କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ ।












Click it and Unblock the Notifications