ଖସୁଛି ପାରଦ... ବଢୁଛି ଶୀତ, 15 ଡିଗ୍ରୀ ତଳେ ଅନେକ ସହର

Weather Update Odisha: ଅଦିନିଆ ବର୍ଷା ପରେ ରାଜ୍ୟରେ ଖସୁଛି ପାରଦ । ଦିନରେ ତାତି ରହୁଥିଲେ ବି ରାତିରେ ତାପମାତ୍ରା ହ୍ରାସ ହେଉଛି । ଗତ 3-4 ଦିନ ହେବ ରାଜ୍ୟରେ ଶୀତ ଲହରୀ ଲାଗି ହହିଛି । ସକାଳୁ ସକାଳୁ କୁହୁଡ଼ି ହେବା ସହ ରାତିର କାକର ଥଣ୍ଡାକୁ ବହୁଗୁଣିତ କରୁଛି ।

ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି କାଲୁଆ କରୁଛି ଶୀତ । ଅସହ୍ୟ ଜାଡ଼ରେ ଥରି ଉଠୁଛି ଦେହ ହାତ । ସୁନ୍ଦରଗଡ଼ ଜିଲ୍ଲା ପାହାଡିଆ ଓ ଖଣି ଖାଦାନ ଭରା ହୋଇଥିବାରୁ ଶୀତ ଅଧିକ ଅନୁଭୂତ ହେଉଛି । ଜିଲ୍ଲାରେ ଗତ ଚାରି ପାଞ୍ଚ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି । ସକାଳ 8 ଟା ଯାଏଁ କୁହୁଡି ପଡୁଛି ।

weather

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସବୁଠୁ ଥଣ୍ଡା ସ୍ଥାନ ଭାବେ କେନ୍ଦୁଝର ରହିଥିବାବେଳେ ଏଠାରେ 9.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଜି. ଉଦୟଗିରି, କନ୍ଧମାଳ ଓ ଦାରିଙ୍ଗବାଡିରେ ରେ ମଧ୍ୟ ତାପମାତ୍ରା କମ୍ ରହିଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ସେହିପରି ଦାରିଙ୍ଗିବାଡ଼ିରେ 10, ଫୁଲବାଣୀରେ 10, କୋରାପୁଟରେ 10.8, ଅନୁଗୁଳରେ 11, ସୁନ୍ଦରଗଡ଼ରେ 11.2, ରାଉରକେଲାରେ 11.8, ବାଲେଶ୍ୱରରେ 12.4, ତାଳଚେରରେ 13, ସୋନପୁରରେ 13.1, ନବରଙ୍ଗପୁରରେ 13.2, ଭବାନୀପାଟଣା ଓ ଢେଙ୍କାନାଳରେ 13.5, କେନ୍ଦ୍ରାପଡ଼ାରେ 13.6, ବଲାଙ୍ଗୀରରେ 14, ବୌଦ୍ଧରେ 14.5, ଭଦ୍ରକରେ 14.8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି । ତେବେ ଆଜି (ଗୁରୁବାର) ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ ହେବ । ସ୍ୱାଭାବିକ ଠାରୁ ସାମାନ୍ୟ ତାପ ମାତ୍ର ହ୍ରାସ ପାଇବ । ବର୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି ।

ସେହିପରି ଏହା ଛଡ଼ା ବାୟୁମଣ୍ଡଳରେ ଜଳୀୟବାଷ୍ପ ବିଶେଷ ନଥିବାରୁ ମଧ୍ୟ ଦିନ ବେଳେ ତାତି ଏବଂ ରାତି ରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ରାଜ୍ୟରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 7-10 ଡିଗ୍ରୀ ଭିତରେ ରହିବାକୁ ନେଇ ପୂର୍ବାନୁମାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+