ଭିଜିଲା ଓଡ଼ିଶା, ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ତାତିରୁ ମିଳିବ ତ୍ରାହି । ସକାଳୁ ସକାଳୁ ଝିପି ଝିପି ବର୍ଷାରେ ଭିଜିଛି ଓଡ଼ିଶା । ଏହା ପରେ ତଳମୁହାଁ ହୋଇଛି ପାରଦ । ଶନିବାର ସକାଳୁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା ହୋଇଛି । ଆଜିଠୁ 4 ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

rain

ଶନିବାର ଦିନ ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ, ଜଗସିଂହପୁର , କେନ୍ଦୁଝର, ଢେଙ୍କାନାଳ , ପୁରୀ , ଖୋର୍ଦ୍ଧା , ବୌଦ୍ଧ ଆଦି ଜିଲ୍ଲାରେ ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ଏସବୁ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ଯୋଗୁଁ ଜଳୀୟ ବାଷ୍ପ ବାୟୁମଣ୍ଡଳରେ ରହିବ । ତେଣୁ 5 ଦିନ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 36.4 ଡିଗ୍ରୀ ଛୁଇଁ ଥିଲା । ଟିଟିଲାଗଡ଼ରେ 36, ଭବାନୀପାଟଣାରେ 36 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଏପରିକି 15ଟି ସହରର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା । ଅନେକ ସ୍ଥାନରେ 35 ଡିଗ୍ରୀ ପାର୍ କରିଥିଲା ପାରଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+