ଜାଡ଼ରେ ଥରୁଛି ସାରା ଓଡ଼ିଶା, 10 ଡିଗ୍ରୀ ତଳେ 8 ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗତ କିଛି ଦିନ ହେବ ଲାଗି ରହିଛି ଶୀତ ଲହରି । ଏପରିକି 10 ଡିଗ୍ରୀ ତଳେ ରହିଛି 8 ସହରର ତାପମାତ୍ରା । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା 6.6 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ 7 ଡ଼ିଗ୍ରୀ, ଜି. ଉଦୟଗିରିରେ 7.4 ଡ଼ିଗ୍ରୀ, କେନ୍ଦୁଝରରେ 8.8 ଡ଼ିଗ୍ରୀ, ସୁନ୍ଦରଗଡରେ 9 ଡ଼ିଗ୍ରୀ, କିରେଇରେ 9.4 ଡ଼ିଗ୍ରୀ, ଫୁଲବାଣୀରେ 9.5 ଡ଼ିଗ୍ରୀ ଓ ସେମିଳିଗୁଡାରେ 9.6 ଡ଼ିଗ୍ରୀ ତାପମାତ୍ରା ରହିଛି । ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି 15.1 ଓ ଭୁବନେଶ୍ବରରେ 16 ଡିଗ୍ରୀ ଥିବା ଜଣାଯାଇଛି ।

winter

ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଫଳରେ ରାତିର ତାପମାତ୍ରା ସାମାନ୍ୟ ବଢିପାରେ ।

ଏହା ପରେ ଆଜି ଠାରୁ ଶୀତ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହାସହ ପୂର୍ବାଳୀ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସକ୍ରିୟ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଘନ କୁହୁଡି ପାଇଁ ଆଜି 20 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା 50 ମିଟର କିମ୍ବା ତା'ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+