ରାତିରେ ଖସୁଛି ପାରଦ, ଜାଡ଼ରେ ଥରୁଛି ସାରା ଓଡ଼ିଶା, 5 ଡିଗ୍ରୀରେ କଲବଲ ହେଲା ଜି.ଉଦୟଗିରି

ଭୁବନେଶ୍ୱର: ରାଜ୍ୟକୁ ଘାରିଛି ଥଣ୍ଡା କହର । ରାତି ହେଲେ କଲବଲ କରୁଛି ଥଣ୍ଡା । ସକାଳୁ ସକାଳୁ ଘନ କୁହୁଡ଼ି ସହ କୋହଲା ପବନରେ ଦେହହାତ ଥରି ଉଠୁଛି । କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଏପରିକି 5 ଡିଗ୍ରୀରେ ଥରିଛି ଜି. ଉଦୟଗିରି । ଏଥି ସହିତ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ 3.5 ଡିଗ୍ରୀ ପାରଦ ଖସିଛି । ଗତକାଲି ରାତିରେ ଜି. ଉଦୟଗିରିରେ ତାପମାତ୍ରା 5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ 7 ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି 8.5 ଡିଗ୍ରୀ ।

winter

ଟ୍ୱିନ୍ସିଟିରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ସେହିପରି ଫୁଲବାଣୀରେ 7, କିରେଇ 7.5 ଡିଗ୍ରୀ, ଅନୁଗୁଳ ଓ କୋରାପୁଟ 8, ସେମିଳିଗୁଡ଼ା 8.4, ଦାରିଙ୍ଗବାଡ଼ି ରେ 8.5 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ବାଦ୍ କେନ୍ଦୁଝର ଓ ରାଉରକେଲାରେ 8.6, ସୁନ୍ଦରଗଡ଼ 8.8 ଡିଗ୍ରୀ, ଭବାନୀପାଟଣା 8.9, ରାଣୀତାଲ 9, ଝାରସୁଗୁଡ଼ା 9.2, ସୋନପୁର 10 ଡିଗ୍ରୀରେ ଥରିଛି । ଟ୍ୱିନସିଟି କଟକ ଓ ଭୁବନେଶ୍ବର ରାତ୍ରି ତାପମାତ୍ରା 13 ଡିଗ୍ରୀ ରେକର୍ଡ ହୋଇଛି ।

20 ତାରିଖ ପରେ ଶୀତ କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେ ପୂର୍ବାନୁମାନ କରି କହିଛନ୍ତି, ଦକ୍ଷିଣ କେନ୍ଦ୍ରୀୟ ଉପକୂଳରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ବିଶେଷ କରି ଛତିଶଗଡ଼ ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ 21 ଓ 22 ତାରିଖ, ଦୁଇ ଦିନ ଭିତରେ ରାତି ତାପମାତ୍ରା 2 ଡିଗ୍ରୀ ବଢ଼ିବ । ଏହାର ପର ଦୁଇ ଦିନ ଅର୍ଥାତ୍ 23 ଓ 24 ରେ ଅପରିବର୍ତ୍ତିତ ରହିବ । ସେହିଭଳି ଉତ୍ତର ପୂର୍ବ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ 21,22 ଓ 23 ତାରିଖ ଭିତରେ ତାପମାତ୍ରା 3 ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+