ସିଝୁଛି ଓଡ଼ିଶା, ଦିନ ସାଢେ 11 ସୁଦ୍ଧା 39.2 ଡିଗ୍ରୀ ପାର୍ ହେଲା ପାରା

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହି । ଗରମ କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଖରା ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ସକାଳୁ ସକାଳୁ ରାଜଧାନୀରେ ତାପମାତ୍ରା 30 ପରେ ରହିଛି ।
ପାଣିପାଗ ବିଭାଗ ଭୁବନେଶ୍ୱର ଅନୁସାରେ ରାଜଧାନୀରେ ତାପମାତ୍ରା ସକାଳ 8.30 ସୁଦ୍ଧା 32.8 ଡିଗ୍ରୀ ଛୁଇଁଥିଲା । ଦିନ ବଢିବା ସହ ପାରଦ ମଧ୍ୟ ବଢିବାରେ ଲାଗିଛି । ସେହିପରି ପୂର୍ବାହ୍ନ ସାଢେ 11 ସୁଦ୍ଧା ପାରା 39.2 ଟପିଛି ।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୩୯.୨ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) May 25, 2023
ସମ୍ବଲପୁର: ୩୯.୨ ଡ଼ିଗ୍ରୀ
ଝାରସୁଗୁଡା: ୩୮.୪ଡ଼ିଗ୍ରୀ
ହୀରାକୁଦ: ୩୭.୪ଡ଼ିଗ୍ରୀ
ଚାନ୍ଦବାଲି: ୩୫.୬ ଡ଼ିଗ୍ରୀ
କେନ୍ଦୁଝର: ୩୫.୦ ଡ଼ିଗ୍ରୀ
ବାଲେଶ୍ୱର: ୩୫.୦ ଡ଼ିଗ୍ରୀ
ପୁରୀ: ୩୩.୦ ଡ଼ିଗ୍ରୀ
ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ
ଗୋପାଳପୁର: ୩୩.୪ ଡ଼ିଗ୍ରୀ
ଏହା ବ୍ୟତୀତ ଆଜି ଦିନ 11.30 ସୁଦ୍ଧା ସମ୍ବଲପୁରର ତାପାମାତ୍ରା ବି 39.2 ଡ଼ିଗ୍ରୀ ଥିଲା । ଅନ୍ୟପକ୍ଷେ ଝାରସୁଗୁଡାର ତାପମାତ୍ରା 38.4 ଡ଼ିଗ୍ରୀ, ହୀରାକୁଦରେ 37.4 ଡ଼ିଗ୍ରୀ, ଚାନ୍ଦବାଲିରେ 35.6 ଡ଼ିଗ୍ରୀ, କେନ୍ଦୁଝରରେ 35.0 ଡ଼ିଗ୍ରୀ, ବାଲେଶ୍ୱରରେ 35.0 ଡ଼ିଗ୍ରୀ, ପୁରୀରେ 33 ଡ଼ିଗ୍ରୀ, ପାରାଦ୍ୱୀପରେ 33.4 ଡ଼ିଗ୍ରୀ ଏବଂ ଗୋପାଳପୁରରେ ତାପମାତ୍ରା 33..4 ଡ଼ିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications