Weather Update: ଏହି 9 ଜିଲ୍ଲାରେ ପ୍ରବଳ ବର୍ଷିବ... ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଆଜି ବି ଭିଡିବି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ଯାଏଁ ସବୁଠି ବର୍ଷିବ । ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ବର୍ଷା ଲାଗିବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ କରି ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମୟୁରଭଞ୍ଜ. କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Rain

ଏହା ପରେ ତେବେ କାଲିଠୁ କମିବ ବର୍ଷାର ପରିମାଣ । ଆସନ୍ତାକାଲି ଅର୍ଥାତ୍ 5 ତାରିଖରେ କେବଳ କେନ୍ଦୁଝର ଓ ମୟୁରଭଞ୍ଜ ରେ ବର୍ଷା ସମ୍ଭାବନା ରହିଛି । ଏହା ପରେ 6 ଓ 7 ତାରିଖରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଁଞ୍ଚିଥିଲା । ହେଲେ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେତୁ ସେଠାରେ ଶୁଷ୍କ ଉତ୍ତରା ବାୟୁର ପ୍ରଭାବ ରହିଛି । ଏହି ବାୟୁକୁ ଭେଦ କରି ଲଘୁଚାପ ଆଗକୁ ବଢିନପାରି ପୂର୍ବ ଦିଗକୁ ଗତି କରୁଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।

ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ ଗତ 24 ଘଣ୍ଟାରେ ରାଜ୍ୟରେ 26.8 ମିମି ବର୍ଷା ହୋଇଛି ବୋଲି ପାଣି ବିଭାଗ କହିଛି । ଏହା ସ୍ୱାଭାବିକ ବର୍ଷା 4.6 ମିମି ତୁଳନାରେ 477 ପ୍ରତିଶତ ଅଧିକ ରହିଛି । ଅକ୍ଟୋବର ମାସରେ ପ୍ରଥମ ତିନି ଦିନରେ 53.7 ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ତୁଳନାରେ 238 ପ୍ରତିଶତ ଅଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+