Get Updates
Get notified of breaking news, exclusive insights, and must-see stories!

ପୁଣି ବର୍ଷିବ, ଆସନ୍ତା 24 ଘଣ୍ଟାରେ 13 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ଦେଶରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଓଡ଼ିଶାରେ ପୁଣି ଫେରିବ ବର୍ଷା । ଆଗାମୀ 24 ଘଣ୍ଟାରେ ବଢିବ ବର୍ଷାର ପରିମାଣ । ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟାରେ 13 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ସମ୍ବାବନା ଅଛି । ଏ ନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

rain fall

ଶୁକ୍ରବାର ଅପରାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢ଼େଙ୍ଗାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, ଗ୍ୟଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ଅପରପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଜଶେଲମେର ରୁ ବାହାରି ଦିଲ୍ଲୀ, ଲକ୍ଷ୍ନୌ ,ମୁଜ଼ାଫରପୁର , ଏବଂ ପଶ୍ଚିମବଙ୍ଗ ର ବାଲୁରଘାଟ ରୁ ଉତ୍ତର-ପୂର୍ବଦିଗରେ ଆସାମ ମଧ୍ୟଦେଇ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି । ଏଥି ସହିତ ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏ ପରିସ୍ଥିତରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 13 ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+