Weather Update: ଛାଡ଼ିଲା ବର୍ଷା, ପୁଣି କଲବଲ କରିବ ତାତି
Weather Update: ରାଜ୍ୟରେ ଦୁଇ ଦିନ ଲଗାତାର ବର୍ଷା ପରେ ବଢିଛି ତାତି । ପାଗରେ ପରିବର୍ତ୍ତନ ଆସିବା ସହ ଉପରମୁହାଁ ହେଉଛି ପାରଦ । ଫଳରେ ପୁଣି ଫେରିଛି ଗ୍ରାଷ୍ମ ପ୍ରବାହ । ଏପରିକି ଆଗାମୀ 3 ଦିନ ଯାଏଁ ପାଗ ଏପରି ରହିବା ସହ ତାତି ବଢିବାର ସମ୍ଭାବନା ରହିଛି । ଏ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗ ସୂଚନା ଅନସାରେ, ଆଗାନୀ 3 ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 8-10 ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା 40 ଡିଗ୍ରୀ ଛୁଇଁପାରେ । ଏହା ପରେ ଆଗକୁ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବ ।
ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବା ବେଳେ 25 ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛିକାଂଶରେ କାଳବୈଶାଖୀ ଜନିତ ସ୍ୱଳ୍ପ ବର୍ଷା ହୋଇପାରେ ।
ବୁଧବାର ରାଜ୍ୟର 12ଟି ସହରର ସର୍ବାଧିକ ଦିନ ତାପମାତ୍ରା 22 ଡିଗ୍ରୀ ବା ଏହା ତଳେ ରହିଥିଲା । ବାଲେଶ୍ୱରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 21 ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ 21, କଟକରେ 20, ପାରାଦୀପରେ 20.7, ଭୁବନେଶ୍ୱରରେ 19.2, ଗୋପାଳପୁରରେ 19.2, ପୁରୀରେ 20.4, ଡିଗ୍ରୀ ରହିଥିଲା। ଢେଙ୍କାନାଳରେ ସବୁଠୁ କମ୍ ତାପମାତ୍ରା ୧୮.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ମାତ୍ର ଗୁରୁବାର ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଅଧିକାଂଶ ଜିଲ୍ଲାରେ ତାପମାତ୍ରା 30 ଡିଗ୍ରୀ ଅତିକ୍ରମ କରିଛି । 36.6 ଡିଗ୍ରୀ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।












Click it and Unblock the Notifications