ଏବେ ବଦଳିବନି ପାଗ, 11 ପରେ ସିଝିବ ସାରା ଓଡ଼ିଶା

Weather Update: ସାରା ରାଜ୍ୟରେ ପ୍ରକୋପ ଦେଖାଇଲାଣି ଖରା ତାତି । ଫେବୃଆରୀ ମାସରୁ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପରେ ରାଜ୍ୟରେ ଗରମ ଅନୁଭୂତ ହେଲାଣି । କିନ୍ତୁ ଗତ କିଛି ଦିନ ହେବ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେଉଛି । ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି ।

heat wave

ତେବେ ଆଗାମୀ 4 ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ 11 ତାରିଖ ଠାରୁ 3-4 ଡିଗ୍ରୀ ବଢ଼ିବ ତାପମାତ୍ରା । ପାରଦ ଉପରମୁହାଁ ହେବା ସହ ସିଝିବ ଓଡ଼ିଶା । ଏ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

11 ରୁ 14 ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ 4 ଡିଗ୍ରୀ ବଢିବ ତାପମାତ୍ରା । ତଥାପି ଗତ 24 ଘଣ୍ଟା ମଧ୍ୟରେ 11 ଟି ସହରର ତାପମାତ୍ରା 36 ଡିଗ୍ରୀ ଉପରେ ରହିଛି ।

7 ତାରିଖରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ସେହିପରି 8 ତାରିଖରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ଏହା ପରେ 9 ରୁ ପାଗ ଶୁଖିଲା ରହିବ ।

ଏହା ସହ ମାର୍ଚ୍ଚ ମାସ ରୁ ମେ ପର୍ଯ୍ୟନ୍ତ ତିନି ମାସ ଅତ୍ୟନ୍ତ ଗରମ ଅନୁଭୂତ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା' ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+