Heat Wave: ଜାଳୁଛି ଝାଞ୍ଜି, ଶନିବାର ପୁଣି କରିବ କଲବଲ
Heat Wave: ସାରା ରାଜ୍ୟରେ ପ୍ରଚଣ୍ଡ ତାତି । ଟାଣ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଲାଗୁଛି ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି । ଦିନବେଳା ତ ଦୂରର କଥା ସକାଳ 8ଟା ହେଳକୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି ।

ଗତକାଲି ସ୍ୱାଭାବିକ ଠାରୁ ପ୍ରାୟ 6-7 ଡିଗ୍ରୀ ଅଧିକ ଥିଲା ତାପମାତ୍ରା । ଆଉ ଆଜି ବି ସମାନ ପରିସ୍ଥିତି । ଆଜି ମଧ୍ୟ ସାରା ରାଜ୍ୟରେ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିଲାଗି ଆସନ୍ତା 24 ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍ ଆଲର୍ଟ ଜାରି କରାଯାଇଛି ।
କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ମାଲକାନାଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାକୁ ଖରା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ , ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରାତିରେ ଗରମ ଅନୁଭୂତ ( ୱାର୍ମ ନାଇଟ କଣ୍ଡିସନ) ହେବ ବୋଲି ଆକଳନ କରାଯାଇଛି । ଅପରପକ୍ଷରେ ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଆଦି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ସମ୍ଭାବନା ଅଧିକ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା 44 ପାଖାପାଖଇ ପହଞ୍ଚିଥିଲା । ସେହିଭଳି ଆଜି ବି ଭୁବନେଶ୍ୱରରେ ପାରଦ 42 ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହା ପରେ ଅପ୍ରେଲ 7 ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ପାଗ ବଦଳିବା ସହ ତାତି କମିବ । ବଙ୍ଗୋପସାଗରରେ ଗୁରୁଚାପ ଯୋଗୁ ଦକ୍ଷିଣା ପବନ ବହିବ । ମଧ୍ୟ ଏବଂ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ । ଆର୍ଦ୍ର ଓ ଶୁଷ୍କ ବାୟୁ ମିଶିବା ଯୋଗୁ ବାୟୁମଣ୍ଡଳର ଉପରଭାଗରେ ଅସ୍ଥିରତା ସୃଷ୍ଟି ହେବ । କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି ଓ ଜୋର୍ରେ ପବନ ବହିବ । ଏଥିପାଇଁ ତାପମାତ୍ରା କମିଯିବ ।
ପାଣିପାଗର ବିଭାଗର ପୂର୍ବାନୁମାନ ଅନୁସାରେ, କାଳବୈଶାଖୀ ଯୋଗୁ 7 ରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଓ ବୌଦ୍ଧରେ ଭାରୀ ବର୍ଷା ସମ୍ଭାବନା ଅଛି । ବିଜୁଳି ଓ ଘଡ଼ଘଡ଼ି ବି ହେବ । ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ଝଡ଼ ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ହାଲୁକା ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, କଟକ, ବୌଦ୍ଧ ଓ ସୋନପୁରରେ ବର୍ଷା ଘଡ଼ଘଡ଼ି ସମ୍ଭାବନା ଅଛି । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି 8 ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ବର୍ଷା ସମ୍ଭାବନା ଅଛି । ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । 9 ତାରିଖରେ ବି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications