Get Updates
Get notified of breaking news, exclusive insights, and must-see stories!

ଆହୁରି 2 ଦିନ ଘନ କୁହୁଡ଼ି, କମିବ ଦୃଶ୍ୟମାନ ଦୂରତା

ଭୁବନେଶ୍ୱର: ରାଜ୍ୟରେ ଗତ ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଏପରିକି ରାତିର ତାପମାତ୍ରା ମଧ୍ୟ ହ୍ରାସ ହୋଇଛି । ଫଳରେ କେତେକ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । ଏହି ଘନ କୁହୁଡ଼ି ଆହୁରି 2-3 ଦିନ ଲାଗି ରହିବାର ସମ୍ଭାବନା ରହିଛି । ଫଳରେ ଦୃଶ୍ୟମାନ ଦୂରତା କମିବ ।

Fog

ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଗୁରୁଚାପ ବଳୟ ଯୋଗୁ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ଘନ କୁହୁଡ଼ିର ଆବରଣ ଦେଖିବାକୁ ମିଳିଛି । କେତେକ ଜାଗାରେ 100 ମିଟରରୁ ଅଧିକ ଦୂରତା ରାସ୍ତାଘାଟ ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି । ଅନେକ ଅଞ୍ଚଳରେ ମଧ୍ୟାହ୍ନ ପରେ ବି କୁହୁଡ଼ିଆ ପାଗ ରହୁଛି ।

ଏଥି ମଧ୍ୟରେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଲାଗିରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗ କହିଛି, ମୁଖ୍ୟତଃ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ରହିବା ସମ୍ଭାବନା ଅଛି । ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୋନପୁର ଓ ବୌଦ୍ଧରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ସକାଳେ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ରେ ଘନ କୁହୁଡ଼ି ସମ୍ଭାବନା ଅଛି । ଗତ 24 ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇଛି । ବାରିପଦା ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇଥିବାବେଳେ ଅନେକ ଜାଗାରେ ପାଗ ମେଘୁଆ ଥିଲା । ଶୁକ୍ରବାର ଭଦ୍ରକ ଓ ବାଲେଶ୍ୱରରେ ସାମାନ୍ୟ ବର୍ଷା ହୋଇପାରେ ।

ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ 18 ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବ । ତେଣୁ ରାତି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଜିଲ୍ଲାପାଳ ଓ ଏସ୍‌ପିମାନେ ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 20 ତାରିଖରେ ଦକ୍ଷିଣ ଓଡ଼ିଶା ଓ 21 ତାରିଖରେ ଦକ୍ଷିଣ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି । 24 ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବରରେ ହାଲୁକା ବର୍ଷା ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+