ପୁଣି ଫେରିଲା ଶୀତ, 10 ଡିଗ୍ରୀ ତଳେ 10 ସହର

ଭୁବନେଶ୍ୱର: ପୁଣି ଫେରିଲା ଶୀତ । ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏପରିକି ରାତିର ତାପମାତ୍ରା 10 ସହରରେ 10 ଡିଗ୍ରୀ ତଳକୁ ଖସି ଆସୁଛି । ରାଜ୍ୟରେ ସବୁଠୁ ଥଣ୍ଡା ସୁନ୍ଦରଗଡ଼ର କିରେଇରେ ଅନୁଭୂତ ହୋଇଛି ।

weather

ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରେକର୍ଡ ହୋଇଛି । ଏହା ସହ କୋରାପୁଟରେ 9 ଡିଗ୍ରୀ, ରାଣୀତାଲରେ 9.3, କେନ୍ଦୁଝର ଓ ରାଉରକେଲାରେ 10, ସୁନ୍ଦରଗଡ଼ରେ 10, ସିମିଳିଗୁଡ଼ାରେ 10.2, ଝାରସୁଗୁଡ଼ାରେ 10.4, ବାରିପଦାରେ 10.6, ଜି. ଉଦୟଗିରିରେ 10.8, ଫୁଲବାଣୀରେ 11.5, ଦାରିଙ୍ଗିବାଡ଼ିରେ 12.5, ବାଲେଶ୍ୱରରେ 13.2, ଚାନ୍ଦବାଲିରେ 13.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏହା ପରେ ଆସନ୍ତା କାଲି ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା 17 ଓ 18 ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 17 ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ଏହା ସହ 18 ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା 5 ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଏହା ବ୍ୟତୀତ ଆଜି ଘନ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ 50 ମିଟରରୁ 200 ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+