Weather Update: ତାତିରୁ ମିଳିଲା ତ୍ରାହି, ଟ୍ୱିନ୍ ସିଟିରେ ମେଘୁଆ ପାଗ

Weather Update: ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ତ୍ରାହି । ରାଜ୍ୟର କେତେକ ଅଞ୍ଚଳରେ ମେଘୁଆ ପାଗ ରହିଥିବା ଦେଖିବାକୁ ମିଳିଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି । ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି ।

weather update

ପାଗ ମେଘୁଆ ରହିବା ଫଳରେ ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ୍ ରହିବା ସମ୍ଭାବନା ରହିଛି । କିନ୍ତୁ ଆଗକୁ ଆହୁରି 5 ଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନାଥାଉକି, ଗତକିଛି ଦିନ ହେବ ରାଜ୍ୟରେ ଅସହ୍ୟ ଖରା ସହ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ପ୍ରବଳ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହୋଇଯାଇଥିଲେ । କିନ୍ତୁ ଆଜିର ମେଘୁଆ ପାଗ ଯୋଗୁଁ ଏଥିରୁ ସାମାନ୍ୟ ତ୍ରାହି ମିଳିଛି ।

ଗତକାଲି 5ଟି ସହରର ତାପମାତ୍ରା 40 ଡିଗ୍ରୀ ରହିଥିବାବେଳେ, 41 ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧ ଏବଂ ଟିଟିଲାଗଡ଼ର ତାପମାତ୍ରା 40.5 ଡିଗ୍ରୀ, ବଲାଙ୍ଗିର ରେ 40.2 ଏବଂ ନୟାଗଡ଼ ରେ 40 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି କଟକରେ 37.6 ଏବଂ ଭୁବନେଶ୍ୱରରେ 37 ଡିଗ୍ରୀ ସେଲସିୟସ ରହିଥିଲା ପାରଦ ।

ଆଗାମୀ ଦିନରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ରାତି ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+