ଆହୁରି ଦୁଇ ଦିନ ସିଝିବ ଓଡ଼ିଶା, 3-5 ଡିଗ୍ରୀ ବଢିବ ତାପମାତ୍ରା !

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗିରହିଛି ଅସହ୍ୟ ତାତିର ପ୍ରକୋପ । ଗତ କିଛି ଦିନ ହେବ ପ୍ରବଳ ଖରାରେ ସିଝୁଛି ଓଡ଼ିଶା । ଏହି ସମୟରେ ହିଟୱେଭ୍ ଆହୁରି ଦୁଇ ଦିନ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ 2 ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ 3-5 ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।

weather

ଆଜି (ଗୁରୁବାର) ରାଜ୍ୟର 25 ଟି ସହରରେ ତାପମାତ୍ରା 40 ଡିଗ୍ରୀ ତଥା ତା ଠାରୁ ଅଧିକ ରହିଛି । 'ବାରିପଦା' ଥିଲା ଆଜି ଦିନରେ ରାଜ୍ୟର ଉତ୍ତପ୍ତ ସହର । ଏଠାରେ ସର୍ବାଧିକ 43.5 ଡ଼ିଗ୍ରୀ ତାପମାତ୍ରୀ ରେକର୍ଡ କରାଯାଇଛି । ଏହା ବାଦ୍ 8 ଟି ସ୍ଥାନରେ ପାରଦ 42 ଡିଗ୍ରୀ ପାର୍ ହୋଇଛି ।

ଅନୁଗୁଳ, ବୌଦ୍ଧ ଓ ସୋନପୁରର ସର୍ବୋଚ୍ଚ ତାପମାତ୍ରା 42.5 ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ରେ ଥିଲା 42.2 ଡିଗ୍ରୀ । ସେହିପରି ତାଳଚେର, ଭବାନୀପାଟଣା ଓ ବଲାଙ୍ଗିରରେ ପାରଦ 423 ଡିଗ୍ରୀ ଛୁଇଁଛି । ଚାନ୍ଦବାଲିରେ 41.3 ଡିଗ୍ରୀ, କଟକରେ 41.4 ଡିଗ୍ରୀ, ଝାରସୁଗୁଡ଼ାରେ 41.8 ଡିଗ୍ରୀ, ସମ୍ବଲପୁରରେ 41.6 ଡିଗ୍ରୀ, ସୁନ୍ଦରଗଡ଼, ଭଦ୍ରକ ଓ ରାଉରକେଲାରେ ତାପମାତ୍ରା 41 ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜଧାନୀରେ ତାପମାତ୍ରା 40.8 ଡିଗ୍ରୀ ରେକର୍ଡ ହୋଇଛି । ହିଟ୍ ୱେଭ ନେଇ 14 ତାରିଖ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି 15 ତାରିଖରେ ହିଟ୍ ୱେଭ୍ ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 16 ତାରିଖରୁ କିଛି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା କିଛିଟା କମିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+