କିଛି ଜିଲ୍ଲାରେ ଆଜି ବର୍ଷୁଛି, 2 ଓ 3 ତାରିଖରେ ପୁଣି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସହ ଲଘୁଚାପ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ମେଘୁଆ ପାଗ ରହିଥିବା ବେଳେ କଟକ, ଅନୁଗୁଳ, ଭଦ୍ରକ , ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଲରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ।
ଏହା ପରେ ମଧ୍ୟ ରାଜ୍ୟରେ ପାଣିପାଗରେ ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରଭାବ ନାହିଁ । ଦିନରେ ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତା 2 ଓ 3 ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍ ମାସରେ ଅଧିକ ବର୍ଷା ହୋଇଛି । ଗତବର୍ଷ 136.1 ମି.ମି. ବର୍ଷା ରେକର୍ଡ ହୋଇଥିଲା । ଚଳିତ ବର୍ଷରେ ବର୍ତ୍ତମାନ ସୁଦ୍ଧା 156.1 ମି.ମି. ବର୍ଷା ରେକର୍ଡ କରାଯାଇଛି ।
ଚଳିତବର୍ଷର ସ୍ଥିତିକୁ ଦେଖିଲେ ସ୍ବାଭାବିକଠାରୁ 12 ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେତେବେଳକୁ ନିଅଣ୍ଟିଆ ବର୍ଷା ପରିମାଣ ପାଖାପାଖି 80୦% ରହିଥିଲା ।
ତେବେ ମୌସୁମୀ ଛୁଇଁବାର 5 ଦିନରେ ଜୁନ୍ ମାସର ନିଅଣ୍ଟିଆ ବର୍ଷା ଭରଣା ହୋଇଛି । ଜୁନ୍ ପହିଲାରୁ 27 ମଧ୍ୟରେ ରାଜ୍ୟରେ ସାଧାରଣ ଭାବେ 181.6 ମିମି ବର୍ଷା ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ 146.9 ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ୍ 23 ରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବାଠାରୁ 27 ତାରିଖ ସୁଦ୍ଧା ରାଜ୍ୟରେ 109 ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକଠାରୁ 145 % ଅଧିକ ।












Click it and Unblock the Notifications