Get Updates
Get notified of breaking news, exclusive insights, and must-see stories!

ଦୁଇ ଦିନ ବର୍ଷାରେ ବେହାଲ୍ ଟ୍ୱିନ୍ ସିଟି ହାଲ୍, ଚାରିଆଡ଼େ ଜଳମଗ୍ନ

ଭୁବନେଶ୍ୱର : ଦୁଇ ଦିନର ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ । ଚାରିଆଡ଼େ ପାଣି ଜମିବା ସହ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଖୋଦ୍ ରାଜଧାନୀର ଭିଭିଆଇପି ଅଞ୍ଚଳରେ ଦେଖିବାକୁ ମିଳିଛି ଜଳମଗ୍ନ ପରିସ୍ଥିତି । ଇସ୍କନ ଆଗରେ ପୂର୍ବଭଳି ଲହଡ଼ି ଭାଙ୍ଗୁଛି ନାଳ ନର୍ଦ୍ଦମା ପାଣି । ପୁରୁଣା ଭୁବନେଶ୍ୱର, ୟୁନିଟ-4, ନୟାପଲ୍ଲୀର କିଛି ଅଞ୍ଚଳରେ ପାଣି ଜମିଛି ।

rain

କେବଳ ଭୁବନେଶ୍ୱର ନୁହଁ କଟକ ସହରର ଅବସ୍ଥା ମଧ୍ୟ ସଙ୍ଗୀନ । ବାଦମବାଡ଼ି, ରାଉସପାଟଣା ସମେତ ବିଭିନ୍ନ ଅଞ୍ଚଳରେ ପାଣି ଜମିଛି । ରାସ୍ତାରେ ଜମି ରହିଛି ବର୍ଷା ପାଣି ସାଙ୍ଗକୁ ନର୍ଦ୍ଦମା ପାଣି । ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି ।

ଅପରପକ୍ଷରେ ଆସନ୍ତା 5 ଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ମୌସୁମୀ ପ୍ରଭାବରେ ବଢିପାରେ ବର୍ଷାର ପରିମାଣ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିବ । ଆଗାମୀ 2 ଘଣ୍ଟା ଯାଏଁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+