ବଢୁଛି ହୀରାକୁଦଜ ଜଳସ୍ତର, ଖୋଲିଲା ଆଉ 10 ଟି ଗେଟ୍
ସମ୍ବଲପୁର: ବଢୁଛି ହୀରାକୁଦଜ ଜଳସ୍ତର । ଏହା ପରେ ଖୋଲିଛି ଆଉ 10 ଟି ଗେଟ୍ । ଏହା ପରେ ବର୍ତ୍ତମାନ ମୋଟ୍ 16 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଗତକାଲି ଅପରାହ୍ନରେ 6 ଟି ଗେଟ୍ ଖୋଲାଯାଇଥିଲା ।
ଉପର ମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହା ପରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ 16 ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି । ଗତକାଲି 6 ଟି ଗେଟ ଖୋଲା ଯାଇଥିଲା । ବାମ ପାର୍ଶର 4 ଟି ଓ ଡାହାଣ ପାର୍ଶ୍ୱର 2 ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା । ହୀରାକୁଦ ଜଳଭଣ୍ଡାରକୁ 1 ଲକ୍ଷ 58 ହଜାର 892 କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର 629.10 ଫୁଟ ରହିଛି ।

ସେପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ କିଛି ମଡେଲରେ ଦର୍ଶଯାଇଛି । ଆନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ଓ୍ବେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲେସ୍ ପୂର୍ବାନୁମାନ କରିଛନ୍ତି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହା ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ ।
କିନ୍ତୁ ବାତ୍ୟା ନେଇ ସୂଚନା ଦେଇ ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ସେ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।
ସେ ଆହୁରି କହିଛନ୍ତି ଯେ, ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ । ଏହି ଘୁର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି ମଡେଲ କହୁଛି । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗ କୌଣସି ସତର୍କ ସୂଚନା ଜାରି କରି ନାହିଁ । କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ IMD ଡିଜି କହିଛନ୍ତି ।
ବର୍ତ୍ତମାନ ୧୦ ଟି ମଡେଲ ମଧ୍ୟରୁ ଗୋଟିଏ ଦୁଇଟି ମଡେଲ ବାତ୍ୟା ଦର୍ଶାଉଛି । IMD ଏହା ଉପରେ ନଜର ରଖିଛି ।ଏହା ସତ ଯେ ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ।












Click it and Unblock the Notifications