Get Updates
Get notified of breaking news, exclusive insights, and must-see stories!

ଦରମା ଟଙ୍କା ହଡ଼ପ କରୁଥିଲେ PEO, କାର୍ଯ୍ୟାଳୟରେ ତାଲା ପକାଇ ରଖିଲେ ୱାର୍ଡମେମ୍ବର

ବାଲେଶ୍ୱର: ଜନପ୍ରତିନିଧିଙ୍କ ଟଙ୍କା ହଡ଼ପ କରି ହଟହଟ୍ଟା ହେଲେ PEO । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଦେଲେ ୱାର୍ଡ ମେମ୍ବର । ଏଭଳି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନୀ ପଞ୍ଚାୟତରେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳଙ୍କୁ ରାତି ସାରା ୱାର୍ଡ ମେମ୍ବର ତାଲା ମାରି ବନ୍ଦ ରଖିଛନ୍ତି । ଏପର୍ଯ୍ୟନ୍ତ ତାଲା ଖୋଲିନଥିବା ଜଣାଯାଇଛି ।

PEO- Balasore case

ମିଳିଥିବା ସୂଚନା ଅନୁସାରେ, ମଥାନୀ ପଞ୍ଚାୟତର ୱାର୍ଡ ମେମ୍ବରମାନେ ଦୀର୍ଘ 7 ମାସର ଦରମା ଟଙ୍କା ପାଇ ନଥିଲେ । ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତଙ୍କୁ ୱାର୍ଡ ମେମ୍ବରମାନେ ପଚାରିଥିଲେ । ହେଲେ ପିଇଓ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଏହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପିଇଓ ଚଞ୍ଚକତା କରି ଟଙ୍କା ହଡପ କରିଥିବା ୱାର୍ଡ ମେମ୍ବରମାନେ ଅଭିଯୋଗ ଆଣିଥିଲେ । ପରେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାମାରି ବନ୍ଦ କରି ଦେଇଥିଲେ । ଗତକାଲି ସନ୍ଧ୍ୟାଠାରୁ ୱାର୍ଡ ମେମ୍ବରମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ରଖିଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+