Get Updates
Get notified of breaking news, exclusive insights, and must-see stories!

ଟମାଟୋ ମାଡ଼ ପରେ ଏମିତି କିଛି କହିଦେଲେ ପାଣ୍ଡିଆନ୍, ‘ମତେ ଗୁଳି ମାର ପଛେ...'

ଟମାଟୋ, ଅଣ୍ଡା, ଚପଲ, କାଳି କିମ୍ବା ଗୁଳିମାଡ କର । କିଛି ଫରକ ପଡ଼ିବ ନାହିଁ । ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି । ଏମିତି କିଛି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇ ଜନସଭାକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । ମାତ୍ର ମୁଁ ସେପରି ଲୋକ ନୁହେଁ । ଲୋକଙ୍କ ସେବା କରିଚାଲିବି ।

vk pandian

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ 'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗ ଦେଇଥିବାବେଳେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ କରିଥିଲେ ଜଣେ ଯୁବକ । ଏହା ପରେ ମଞ୍ଚ ଉପରୁ ଏମିତି କିଛି କହିଥିଲେ ପାଣ୍ଡିଆନ ।

ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ 440 ଟି ଦରଖାସ୍ତ ପାଇଥିଲେ । ସେଥିରୁ 400 ଟି ସମସ୍ୟାର ସମାଧାନ ହୋଇଛି । ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି 60 କୋଟି ଟଙ୍କା ମଞ୍ଜୁର ହୋଇଛି ।ପିପଳପଙ୍କା ଜଳପ୍ରକଳ୍ପ ଲାଗି 1 ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି 2.50 କୋଟି ଟଙ୍କା ମଞ୍ଜୁର ହୋଇଛି । ସୋରଡା ଋଷିକୁଲ୍ୟା କଲେଜ ଲାଗି 2.25 କୋଟି ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି 1 କୋଟି 90 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି ।

ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତି ଲାଗି 1 କୋଟି 10 ଲକ୍ଷ ଟଙ୍କା ଏବଂ ମା ଖୁଣ୍ଟେଶ୍ବରୀ ମନ୍ଦିର ଲାଗି 1 କୋଟି 90 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି । ତ୍ରିପଳପଙ୍କା ଡ୍ୟାମ୍ ଓ ସୋରଡା ଜଳଭଣ୍ଡାର ବିସ୍ଥାପିତଙ୍କ ପଟ୍ଟା ସମସ୍ୟାର ସମାଧାନ ହୋଇଛି । 60-70 ବର୍ଷ ଧରି ଲାଗି ରହିଥିବା ସମସ୍ୟାର ଅନ୍ତଘଟିବା ସହ ସମସ୍ତ ବିସ୍ଥାପିତ ପଟ୍ଟା ପାଇଛନ୍ତି । ବେଲଗୁଣ୍ଠାର ପିତଳ ମାଛ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଯିବ । ଏ ଦିଗରେ ସହଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ସେ କହିଛନ୍ତି- ମନ୍ଦିର, ମସଜିଦ, ଚର୍ଚ୍ଚ ସମ୍ପର୍କରେ 27 ତାରିଖ ସୁଦ୍ଧା ଖୁସି ଖବର ମିଳିବ । ଯେଉଁମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ ବି ଖୁବ ଶୀଘ୍ର ଭତ୍ତା ମିଳିବ । ରାଜ୍ୟ ସରକାର ଗର୍ଭବତୀଙ୍କ ଉନ୍ନତି ଲାଗି ମମତା ଯୋଜନା କରିଛନ୍ତି । ଆଗରୁ ଗର୍ଭବତୀଙ୍କୁ 5 ହଜାର ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ 10 ହଜାର ଟଙ୍କା ସେମାନେ ପାଉଛନ୍ତି । ଆଗରୁ କଳାକାର ଓ ବୁଣାକାର ଭତ୍ତା ଥିଲା 1200 ଶହ ଟଙ୍କା, ଯାହା ବର୍ତ୍ତମାନ 2000 ଟଙ୍କା ହୋଇଛି । ଏହା ସହ ଯୁକ୍ତ 3 ଛାତ୍ର ଲାଗି ନୂଆ-ଓରେ 9 ହଜାର ଟଙ୍କା ବୃତ୍ତି ମିଳିବ । ସେହିପରି ଛାତ୍ରୀଙ୍କୁ 10 ହଜାର ଟଙ୍କା ବୃତ୍ତି ମିଳିବ । ଯୁବପିଢିଙ୍କୁ ବ୍ୟବସାୟ ଲାଗି ଲକ୍ଷେ ଟଙ୍କାଯାଏ ବିନା ସୁଧରେ ଋଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବେଲଗୁଣ୍ଠା ପ୍ରବାଦପୁରୁଷ ବିଜୁବାବୁ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ ।
ଅନ୍ୟପଟେ ଟମାଟୋ ମାରିଥିବା ବ୍ୟକ୍ତି ଜଣଙ୍କ କଂଗ୍ରେସର କର୍ମୀ ବୋଲି କୁହାଯାଉଛି । ଯୁବଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାଯାଇଛି । ଟମାଟୋ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ କାବୁ କରିବା ସହ ପଚରାଉଚୁରା କରୁଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+