ବିଜେଡ଼ିରେ ସାମିଲ ହେବା ପରେ ଏପରି କହିଲେ ଭି କେ ପାଣ୍ଡିଆନ୍
ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ ବିଜେଡ଼ିରେ ସାମିଲ ହୋଇଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗଦେଇଛନ୍ତି ଭି.କେ.ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିଲେ ଭି.କେ. ପାଣ୍ଡିଆନ ।

ଏ ନେଇ ଘୋଷମା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରୀ ପାଣ୍ଡିଆନ୍ ଓଡିଶାବାସୀଙ୍କ ପାଇଁ ବହୁ ବର୍ଷ ଧରି ପରିଶ୍ରମ କରିଆସୁଛନ୍ତି ଏବଂ ଭବିଷ୍ୟତରେ ଦଳର ସଦସ୍ୟ ଭାବରେ ସେ ଏହା ଜାରି ରଖିବେ । ଦଳରେ ଯୋଗଦେବା ପରେ ଶ୍ରୀ ପାଣ୍ଡିଆନ୍ କହଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଏବଂ ସିଏମଙ୍କ ନିର୍ଦ୍ଦେଶରେ ଆନ୍ତରିକତା, ନିଷ୍ଠା ଏବଂ ନମ୍ରତାର ସହିତ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିବେ । ଏହା ସହ ଶ୍ରୀ ପାଣ୍ଡିଆନ୍ ମଧ୍ୟ ଦଳର ସମସ୍ତ ନେତାଙ୍କ ସହଯୋଗ ଲୋଡିଥିଲେ ।
ଦଳର ପ୍ରାଥମିକ ସଦସ୍ୟ ଭାବେ ଆଜି ବିଜେଡ଼ିରେ ବିଧିବଦ୍ଧ ଭାବେ ଯୋଗ ଦୋଇଛନ୍ତି ପାଣ୍ଡିଆନ୍ । ଏହା ପୂର୍ବରୁ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସମୀର ଦାସ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ । ଶ୍ରୀ ପାଣ୍ଡିଆନ୍ ବିଜେଡି ଲାଗି ଏକ ଆସେଟ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ପ୍ରଶାସନିକ ସେବାରୁ ଅକ୍ଟୋବର 23 ତାରିଖରେ ସ୍ବେଚ୍ଛାକୃତ ଅବସର ନେଇଥିଲେ ଭି.କେ. ପାଣ୍ଡିଆନ । ଏହା ପରେ ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ତିଆନଙ୍କୁ ରାଜ୍ୟ ସରକରାଙ୍କ 5T ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।












Click it and Unblock the Notifications