କଳାବାଘ ଦେଖି ପାରିବେ ପର୍ଯ୍ୟଟକ, ଶମିଳିପାଳରେ ହେବ କଳାବାଘ ସଫାରୀ
ଭୁବନେଶ୍ୱର: ପର୍ଯ୍ୟଟକ ନେବେ କଳାବାଘ ଦେଖିବାର ମଜା । ଶିମିଳିପାଳରେ ହେବ କଳା ବାଘ ସଫାରୀ । ଏ ନେଇ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟର ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ । ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।

ଗତ ନଭେମ୍ବର ମାସରେ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ 'ଏକ୍ସ' ମାଧ୍ୟମରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଜଙ୍ଗଲରେ କଳାବାଘ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି । କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍ କୌଣସି ସ୍ପଷ୍ଟ କରି ନଥିଲେ । ମାତ୍ର ଡିସେମ୍ବର 22 ତାରିଖ ଦିନ 'ଇଣ୍ଡିଆ ଫରେଷ୍ଟ୍ ସର୍ଭିସ୍ ଅଫିସର୍' ପ୍ରବୀଣ କସ୍ବାଂ 'ଏକ୍ସ୍'ରେ ସେୟାର୍ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମ୍ପ୍ରତି ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କୁ ଚମତ୍କୃତ କରିଥିଲା ବୋଲି କହିଥିଲେ ।
Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have a glimpse of the rare and majestic species found only in Odisha. pic.twitter.com/h3g2ep8tui
— Naveen Patnaik (@Naveen_Odisha) January 24, 2024
ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ 1993 ରେ ରେକର୍ଡ କରାଯାଇଥିଲା । 1993 ଜୁଲାଇ 21 ତାରିଖ ଦିନ ପୋଡ଼ାଗଡ଼ ଗାଁର ସାଲ୍କୁ ନାଁରେ ଜଣେ ବାଳକ ନିଜ ଜୀବନ ରକ୍ଷା କରିବାକୁ ଧନୁଶରଦ୍ବାରା ଗୋଟାଏ କଳାବାଘୁଣୀକୁ ମାରିଥିଲା । ଏହି ଦୁର୍ଲଭ ବାଘମାନଙ୍କୁ ପ୍ରଥମେ 2007 ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଔପଚାରିକ ଭାବେ ଆବିଷ୍କାର କରାଯାଇଥିଲା । ସମୟକ୍ରମେ ସେହି ପ୍ରକାରର ଅଧିକ ବାଘ ଥିବା କଥା ରେକର୍ଡ କରାଗଲା । ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ୱଳ୍ପ ।












Click it and Unblock the Notifications